ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାତିଛନ୍ତି ହ୍ୟାକର । କୌଣସି ଛୋଟ ମୋଟ ବ୍ୟକ୍ତିଙ୍କ ଆକାଉଣ୍ଟ ନୁହେଁ ବରଂ ବଡ ବଡ ବ୍ୟକ୍ତିଙ୍କର ଟ୍ୱିଟର ଆକାଉଣ୍ଟକୁ କରୁଛନ୍ତି ହ୍ୟାକ୍ । ହ୍ୟାକରଙ୍କ ଟାର୍ଗେଟରେ ବଡ ବଡ ହସ୍ତୀ । ଆଜ୍ଞା ହଁ ଆମେରିକାରେ ଅନେକ ବଡ ବଡ ହସ୍ତୀଙ୍କର ଟ୍ୱିଟର ଆକାଉଣ୍ଟ ବୁଧବାର ହ୍ୟାକ କରାଯାଇଛି । ମାଇକ୍ରୋସଫ୍ଟ ର ସହ ସଂସ୍ଥାପକ ବିଲ୍ ଗେଟ୍ସ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକୋ ଓବାମା, ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୟ ବିଡେନ, ଦିଗଜ ଉଦ୍ୟୋଗପତି ଜେଫ୍ ବେଜୋସ, ବରିନ୍ ବଫେଟ ଏବଂ ଆଇଫୋନ୍ ନିର୍ମାତା କମ୍ପାନୀ ଆପଲ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି ।
ଏହି ସବୁ ଆକାଉଣ୍ଟରୁ ହ୍ୟାକର ଟ୍ୱିଟ କରି ବିଟକଏନ୍ ମାଗୁଥିବାର ଜଣାପଡିଛି । ବିଲ୍ ଗେଟ୍ସଙ୍କ ଆକାଉଣ୍ଟରୁ ହ୍ୟାକର ଟ୍ୱିଟ କରି କହିଛି କି, ସମସ୍ତେ ମୋତେ ଫେରାଇବାକୁ କହୁଛନ୍ତି, ଏବେ ସମୟ ଆସି ଯାଇଛି । ମୁଁ ଆଗାମୀ ୩୦ ମିନିଟ୍ ରେ ବିଟିସି ଠିକଣାରେ ପଠାଯାଇଥିବା ସମସ୍ତ ପେମେଣ୍ଟକୁ ଦୁଇଗୁଣା କରୁଛି । ଆପଣ ମୋତେ ଏକ ହଜାର ଡଲାର ପଠାନ୍ତୁ ଏବଂ ମୁଁ ଆପଣଙ୍କୁ ୨ ହଜାର ଡଲାର ପଠାଇବି । ଏହି ପୋଷ୍ଟ ସେୟାର କରିବାର କିଛି ସମୟ ପରେ ଏହାକୁ ଟ୍ୱିଟରରୁ ଡିଲିଟ୍ ମଧ୍ୟ କରିଦିଆଯାଇଛି ଏବଂ ଜଣାପଡିନାହିଁ କି ଏହି ଆକାଉଣ୍ଟ ସବୁ କୁ କିଏ ହ୍ୟାକ କରୁଛି ।
ଏହି ଘଟଣା ପରେ ଟ୍ୱିଟର ପକ୍ଷରୁ କୁହାଯାଇଛି କି , ଟ୍ୱିଟର ହ୍ୟାକ ହେବାର ଆମ ପାଖେ ସୂଚନା ରହିଛି । ଏହି ମାମଲାରେ ଆମେ ଏବେ ଯାଞ୍ଚ କରୁଛୁ ।