ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଏଣିକି ପିଡିଏସ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗରପ୍ରିଣ୍ଟର ଆବଶ୍ୟକତା ନାହିଁ । କରୋନା ପାଇଁ ବାୟୋମେଟ୍ରିକ୍ସ ମେସିନ ବ୍ୟବହାର କରାଯିବ ନାହିଁ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି, କୋଭିଡ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଙ୍ଗରପ୍ରୀଣ୍ଟ ସ୍କାନର ଏବଂ ଆଇଆରଏସ ଡିଭାଇସକୁ ବନ୍ଦ ରଖାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏହି ବ୍ୟବସ୍ଥାକୁ ବନ୍ଦ ରଖିବା ପାଇଁ କୁହାଯାଇଛି ।
ଏଣିକି ହିତାଧୀକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଲରଙ୍କ ଠାରୁ ବିନା ଫିଙ୍ଗରପ୍ରିଣ୍ଟରେ ପିଡିଏସ ସାମଗ୍ରୀ ସଂଗ୍ରହ କରିପାରିବେ । ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।