ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱରେ କରୋନା ତାର କାୟା ବଢାଇ ଚାଲିଛି । ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି । ତେବେ ଏହି କରୋନାର ମୁକାବିଲା ପାଇଁ ଏବେ ସାରା ବିଶ୍ୱ କରୋନା ଟିକା ପ୍ରସ୍ତୁତିରେ ଲାଗି ରହିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଭର୍ତ ମଧ୍ୟ କରୋନା ଟିକା ପ୍ରସ୍ତୁତିରେ ଲାଗି ରହିଛି । କରୋନାକୁ ମାତ ଦେବା ପାଇଁ ଏବେ ସ୍ୱଦେଶୀ ଜ୍ଞାନ କୌଶଳରେ ଏକ ଟିକା ପ୍ରସ୍ତୁତ କରାଯାଇଛି ।
ଏହି ଟିକାର ନାମ ରହିଛି କୋଭାକ୍ସିନ । ଯାହାର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ ଆଜି କରାଯିବ । ସେପଟେ ଟିକାର ପରୀକ୍ଷଣରେ ଭାଗ ନେବା ପାଇଁ ୧ ହଜାରରୁ ଅଧିକ ଲୋକ ନିଜକୁ ପଞ୍ଜୀକରଣ କରି ସାରିଲେଣି । ମିଳିଥିବା ସୂଚନା ମୁତାବକ ଏବେ ୧୦୦ ଲୋକଙ୍କ ଉପରେ ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ସେହିଭଳି ଏହି ଟୀକା ଏମ୍ସରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ହିଁ ପରୀକ୍ଷଣ କରାଯିବ । ଦେଶର ୧୨ ଟି ସ୍ଥାନରେ ଏହାର ମାନବ ପରୀକ୍ଷଣ କରାଯିବ ।
ଏହି ଟୀକାକୁ ଭାରତ ବାୟୋଟିକ ଓ ଆଇସିଏଆର ମଳିତ ଭାବେ ଏହି ଭ୍ୟାକ୍ସିନ ନିର୍ମାଣ କରିଛନ୍ତି । ଦିଆଯାଉଥିବା ଏହି ଟୀକା ଯଦି ୨ ସପ୍ତାହ ମଧ୍ୟରେ କୌଣସି ପାର୍ଶ୍ୟ ପ୍ରତିକ୍ରିୟା ନ କରେ ତେବେ ଏହା ଅଧିକ ଲୋକଙ୍କ ଉପରେ ପ୍ରୟୋଗ କରାଯିବ ।