ସମ୍ବଲପୁର (ଏଟିଆର ବ୍ୟୁରୋ); କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ରୋକିବା ପାଇଁ ସମ୍ବଲପୁରକୁ ୧୦ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । । ଆସନ୍ତା କାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ସଟ୍ ଡାଉନ୍ ବଲବତ୍ତର ରହିବ ।
ଏହି ସଟ ଡାଉନ୍ କୁ ଦୁଇଟି ପର୍ଯ୍ୟାୟରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ ରୁ ୨୫ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୨୬ ରୁ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି ।
ଏହି ଅବସରରେ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରି ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । କିନ୍ତୁ ଔଷଧ ଦୋକାନ, ହସ୍ପିଟାଲ, କ୍ଲିନିକ ଏବଂ ପେଟ୍ରୋଲ କମ୍ପ ଆଦି ଖୋଲା ରହିବ । ଏହାସହିତ ଢାବା ଖୋଲାବାର ଅନୁମତି ରହିଛି , କେବଳ ଢାବାରୁ ପାର୍ସଲ ନେଇ ପାରିବେ । ଅନ୍ୟପଟେ ଜିଲ୍ଲା ଭିତରକୁ ଗମନାଗମକୁ ବନ୍ଦ ଘୋଷଣା କରାଯିବା ସହ ଦୁଇ ଚକିଆ ଗାଡି ଚଳାଚଳ ଉପରେ କଟକଣା ରହିଛି ।