ଭୁବନେଶ୍ୱର ( ଏଟିଆର ନ୍ୟୁଜ): ରାଜ୍ୟରେ ଏବେ କରୋନା ପାଇଁ ସ୍କୁଲ କଲେଜ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଏବେ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି ।
ଗତ ଜୁନ ୧୪ ରୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ୫୭ ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ । ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରଙ୍କୁ ଏନେଇ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଅନ୍ୟପଟେ ଏବେ କେତେକ ସ୍କୁଲରେ କ୍ୱାରେଣ୍ଟିନ ସେଣ୍ଟର ଚାଲିଛି ।
ଏହି ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ଚାଉଲକୁ କିଲୋ ପିଛା ସେହି କେନ୍ଦ୍ରକୁ ୩୨ ଟଙ୍କା ଦରରେ ବିକ୍ରି କରିପାରିବେ । ଏହି ଟଙ୍କା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଜମା କରାଯିବ । ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକ ମାନଙ୍କ ଆକାଉଣ୍ଟକୁ ଦିଆଯିବ ।