ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମ ମନ୍ଦିର ଗର୍ଭ ଗୃହ ମାଟିର ୨୦୦ ଫୁଟ ତଳ ଇତିହାସକୁ ସୁରକ୍ଷା ରଖିବା ଖବର ଆସିବା ପରେ ସାରା ଦେଶରେ ଟାଇମ କ୍ୟାପ୍ସୁଲର ବେଶ୍ ଚର୍ଚ୍ଚା ହେଉଛି । ଏହି ଟାଇମ କ୍ୟାପ୍ସୁଲ କୁନେଇ ପ୍ରତ୍ୟେକ ବ୍ୟକ୍ତି ଉତ୍ସାହିତ ହେବା ସହ ଏହା ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।
ପ୍ରକୃତରେ ଟାଇମ କ୍ୟାପ୍ସୁଲ କ’ଣ? ସତରେ କଣ ଅଯୋଧ୍ୟାରେ ମାଟିର୨୦୦ ଫୁଟ ତଳେ ଟାଇମ କ୍ୟାପ୍ସୁଲ ପୋତା ଯିବ? ତେବେ ଆସନ୍ତୁ ଜାଣିବା ଏହା ପୂର୍ବରୁ ଦେଶରେ କେବେ ଟାଇମ କ୍ୟାପ୍ସୁଲ ବ୍ୟବହାର କରାଯାଇଥିଲା ।
ଟାଇମ କ୍ୟାପ୍ସୁଲ କଣ?
ଏକ କଣ୍ଟେନର ଭଳି ହୋଇଥାଏ ଟାଇମ କ୍ୟାପ୍ସୁଲ । ଯାହାକୁ ବିଶିଷ୍ଟ ସାମଗ୍ରୀ ତଥା ତମ୍ବାରେ ପ୍ରସ୍ତୁତ କରାଯାଇଥାଏ । ପ୍ରତ୍ୟେକ ଜଳବାୟୁ କୁ ସାମ୍ନା କରିବାର ସକ୍ଷମ ଏଥିରେ ରହିଛି । ଏହାକୁ ଗଭୀର ମାଟି ତଳେ ପୋତା ଯାଇଥାଏ । ଗଭୀର ମାଟି ତଳେ ଏହି କ୍ୟାପ୍ସୁଲ ପୋତା ହେଲା ପରେ ବି ଏଥିରେ କୌଣସି କ୍ଷତି ପହଁଚିନଥାଏ କି ଏହା ସଢି ବି ନଥାଏ । ।
କାହିଁକି ପୋତାଯାଏ ଟାଇମ କ୍ୟାପ୍ସୁଲ?
ଏହି କ୍ୟାପ୍ସୁଲକୁ ପୋତା ଯାଇ କୌଣସି ସମାଜ, କାଳ, ସଂସ୍କୃତିର ଇତିହାସକୁ ସୁରକ୍ଷିତ ରଖାଯାଇଥାଏ । ଏଭଳି କରି ବର୍ତ୍ତମାନର ମନୁଷ୍ୟ ଭବିଷ୍ୟତର ମନୁଷ୍ୟ ପାଇଁ ସନ୍ଦେଶ ଛାଡିଥାଏ । ଯାହାଫଳରେ ଆଗାମୀ ପୀଢି ପୂର୍ବ ସମୟର ଇତିହାସ ବିଷୟରେ ଜାଣି ପାରିବେ ।