ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବର୍ତ୍ତମାନ ସମୟରେ ମକର ରାଶି ରେ ସାଢେ ସାତୀ ଶନି ଦଶାର ଅନ୍ତିମ ପର୍ଯ୍ୟାୟ ଚାଲିଛି । ସାଢେ ସାତୀ ପାଇଁ ବ୍ୟକ୍ତିଙ୍କୁ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିପରି ଅନ୍ତୀମ ପର୍ଯ୍ୟାୟରେ ଶନିଦେବଙ୍କ କୃପା-ଦୃଷ୍ଟି ବ୍ୟକ୍ତିଙ୍କ ଉପରେ ଅବଶ୍ୟ ପଡିଥାଏ । ଯଦି ଆପଣଙ୍କର ମକର ରାଶି ତେବେ ସାଢେ ସାତୀର ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଏହି ଉପାୟ ଅବଶ୍ୟ କରନ୍ତୁ ।
ଉପାୟ:-
– ମକର ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ । ସେଥିପାଇଁ ଶନିଦେବଙ୍କୁ ନିୟମିତ ପୂଜା କରନ୍ତୁ । ଶନିବାର ଦିନ ସ୍ନାନ-ଧ୍ୟାନ କରିବା ପରେ ଓସ୍ତ ଗଛ ମୂଳରେ କଳାଜିରା ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଏହାପରେ ବିଧିବିଧାନ ସହ ଶନିଦେବଙ୍କ ପୂଜା କରନ୍ତୁ । ପୂଜା ସମୟରେ ଶନି ଚାଳିଶା ପାଠ କରନ୍ତୁ ।
– ଶନିବାର ଦାନ କରିବାର ବିଧି ରହିଛି । ଅର୍ଥାତ ସାଢେ ସାତୀଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶନିବାର ଲୁହା ପାତ୍ରରେ ସୋରିଶ ତେଲ ଭରି କରି ଦାନ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନିଙ୍କ କୃପା ଲାଭ ହୋଇଥାଏ । ଶନିବାର ଶନିଦେବଙ୍କ ପୂଜା ସମୟରେ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହି ସମୟରେ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ।
– ମଙ୍ଗଳବାର ସ୍ନାନ ସାରି ନିକଟତମ ହନୁମାନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସିନ୍ଦୁର ଅର୍ପଣ କରନ୍ତୁ । ଏହାପରେ ହନୁମାନଙ୍କୁ ପ୍ରଣାମ କରି ଅତି କମରେ ୭ ଥର ହନୁମାନ ଚାଳିଶା ପାଠ କରନ୍ତୁ ।
– ସୋମବାର ଦିନ ସ୍ନାନ ସାରି ଗଙ୍ଗାଜଳରେ କଳାଜିରା, ମହୁ, ସୁଗନ୍ଧ, ବେଲପତ୍ର ମିଶାଇ ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ । ଏହି ସମୟରେ ସୁଖ-ସମୃଦ୍ଧି ଏବଂ ଧନ ବୃଦ୍ଧିର କାମନା କରନ୍ତୁ ।