ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରଙ୍କ ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ ଓ ଆକଳନ ବର୍ଷ ୨୦୧୯-୨୦ ପାଇଁ ଆୟକର ଭରିବା ତାରିଖକୁ ଦୁଇ ମାସ ବଢାଇ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ କରାଯାଇଛି । ଏନେଇ ଆୟକର ବିଭାଗ କହିଛି କି, କୋଭିଡ ମହାମାରି ମଧ୍ୟରେ କରଦାତାଙ୍କୁ କୋହଳ କରିବା ହିସାବରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ତାରିଖକୁ ଜୁଲାଇ ୩୧ ରୁ ବଢାଇ ୩୦ ସେପ୍ଟମ୍ବର ପର୍ଯ୍ୟନ୍ତ କରିଛନ୍ତି ।
In view of the constraints due to the Covid pandemic & to further ease compliances for taxpayers, CBDT extends the due dt for filing of Income Tax Returns for FY 2018-19(AY 2019-20) from 31st July, 2020 to 30th September, 2020,vide Notification in S.O. 2512(E) dt 29th July, 2020. pic.twitter.com/Wlzvf8S83x
— Income Tax India (@IncomeTaxIndia) July 29, 2020
ସରକାରଙ୍କ ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯାହାକୁ ଏବେ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ପୁଣି ବଢାଯାଇଛି । ତାରିଖ ବଢାଇବା ଦ୍ୱାରା ଏବେ କରଦାତାଙ୍କୁ ଆୟକର ପଇଠ କରିବା ପାଇଁ ଦୁଇ ମାସ ଅତିରିକ୍ତ ସମୟ ମିଳିଯିବ ।
ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆୟକର ବିଭାଗର ଏହି ନିଷ୍ପତି କରଦାତାଙ୍କ ପାଇଁ ଆଶ୍ୱସ୍ତି ଆଣିଛି । କାରଣ ମହାମାରୀ କରୋନା ଏବଂ ଲକ୍ ଡାଉନ୍ ଯୋଗୁଁ ଲୋକଙ୍କୁ ଆଇଟିଆର ଭରିବାରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ।