ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ରେ କରାଯିବ ଭୂମି ପୂଜା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାକୁ ଚାରିଆଡୁ ସିଲ୍ କରାଯାଉଛି । ଏହାସହିତ ଅଯୋଧ୍ୟା ସହ ସଲଗ୍ନ ଥିବା ସମସ୍ତ ସହରକୁ ମଧ୍ୟ ସିଲ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଭୂମି ପୂଜାର ପୂର୍ବ ଦିନରୁ କୌଣସି ବ୍ୟକ୍ତିଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିପରି ଲକ୍ଷେ୍ନø ରାସ୍ତା ଦେଇ ଆସିବାକୁ ଥିବା ଭିଭିଆଇପିଙ୍କୁ ସହାଦତଗଞ୍ଜରୁ ଅଯୋଧ୍ୟାକୁ ପ୍ରବେଶ କରାଇବା ପାଇଁ ଯୋଜନା ଚାଲିଛି ।
ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବା ସହ ତଦାରଖ ପାଇଁ ସ୍ୱତନ୍ତ୍ର ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ବିମାନ ନ୍ଦର ସମେତ ଅଯୋଧ୍ୟାର ସମସ୍ତ ଛୋଟ ବଡ ପ୍ରବେଶ ପଥରେ ବ୍ୟାରିୟର ଲଗାଯାଉଛି । ଅଗଷ୍ଟ ୪ ତାରିଖ ସନ୍ଧ୍ୟାରୁ ଅଯୋଧ୍ୟାକୁ ପ୍ରବେଶ ନିଶେଧ କରାଯାଇପାରେ ।
ସେଥିପାଇଁ ସମସ୍ତ ମାର୍ଗରେ ପୂର୍ବରୁ କରାଯାଇଥିବା ପ୍ରସ୍ତୁତିକୁ ପୁନର୍ବାର ମନିଟରିଙ୍ଗ କରାଯାଉଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୭ ଟି ଜୋନ୍ ପ୍ରସ୍ତୁତ କରାଯାଇଛି । ଏଥିରେ ହନୁମାନଗଢି ଏବଂ ସରୟୁ ଉପକୂଳବର୍ତ୍ତି ଜୋନ୍ ବି ସାମିଲ ଅଛି । ସାକେତ ମହାବିଦ୍ୟାଳୟଠାରୁ ନୟାଘାଟ ଯାଏଁ ମୁଖ୍ୟ ମାର୍ଗକୁ ସିକ୍ୟୁରିଟି ଜୋନ୍ ରେ ରଖାଯାଇଛି । ଏହି ମାର୍ଗରେ ଲାଗିଥିବା ବ୍ୟାରିୟର ଆକ୍ଟିଭ ହୋଇଯାଇଛି ।