ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୫ ତାରିଖରେ ହେବ ଭୂମି ପୂଜନ । ଏନେଇ ଏବେ ଅଯୋଧ୍ୟାରେ ଚାଲିଛି ପ୍ରସ୍ତୁତି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଥିବା ରାମତ୍ରିଥ୍ର ନଦୀ କୂଳରେ ମାଟି ପୂଜନ କରାଯାଇଛି, ଆଗାମୀ ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରେ ମର୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେଉଥିବା ର ସରକାର ଘୋଷଣା କରିଛନ୍ତି ।
ଏହି ଅବସରରେ ଯଶିପୁର ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ ଯଶିପୁର ର ଐତିହାସିକ ପବିତ୍ର ସ୍ଥାନ ତଥା ଖଈରୀ ଭଣ୍ଡନ ନଦୀ ପାର୍ଶ୍ବରେ ଅବସ୍ଥିତ ରାମତୀର୍ଥ ରେ ଗୁରୁବାର ଦିନ ବିଧିମୁତାବକ ପୂଜା ଅର୍ଚ୍ଚନା କରାଯାଇଛି ।
ସେହି ପବିତ୍ର ରାମତୀର୍ଥ ଘାଟରେ ପବିତ୍ର ମାଟି କୁ କର୍ତ୍ତା ତଥା ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ଓ ଅନ୍ୟ କର୍ମୀ ମାନେ ବ୍ରାହ୍ମଣ ପୂଜକ ଦ୍ୱାରା ହୋମଯୋଞ୍ଙ ପୂଜାପାଠ କରାଇ ସେହି ପବିତ୍ର ମାଟି କୁ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ମହାନ ଭବ୍ୟ ମନ୍ଦିର ନିର୍ମାଣ କାମରେ ଲଗାଇବାକୁ ଡାକ ଯୋଗେ ପ୍ରେରଣ କରିଛନ୍ତି ।