ଭୁବନେଶ୍ୱର(ଏଟି୍ଆର ବ୍ୟୁରୋ): ଆଜି ରିଲିଜ ହୋଇଛି ରାମଗୋପାଳ ବର୍ମାଙ୍କ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ ଟ୍ରେଲର୍ । ରାମଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍ପେନ୍ସରେ ଡେବ୍ୟୁ କରିଛନ୍ତି ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ । ଯାହାଙ୍କୁ ନେଇ ଇଣ୍ଡଷ୍ଟ୍ରିରେ ଜୋର ଧରିଛି ଚର୍ଚ୍ଚା। ଫିଲ୍ମ ଏବଂ ରାମଗୋପାଳ ବର୍ମାଙ୍କୁ ଛାଡ଼ି ଏହି ଦୁଇ କଳାକାରଙ୍କୁ ନେଇ ଏବେ ସବୁଠି ଆଲୋଚନା। ହ୍ୟାଣ୍ଡସମ୍ ରକ୍ କାଚ୍ଚି ଓ ବୋଲ୍ଡ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଗୁରୁବାର ରିଲିଜ୍ ହୋଇଥିବା ୨ ମିନିଟ୍ ୩୬ସେକେଣ୍ଡ୍ର ଟ୍ରେଲର୍ରେ ଜବରଦସ୍ତ ଶୈଳୀରେ ଉଭୟ ନଜର ଆସିଛନ୍ତି। ଟ୍ରେଲରରେ ଭରି ରହିଛି ସସ୍ପେନ୍ସ । ପ୍ରଥମ ଥର ପାଇଁ ଏହି ଭଳି ହିନ୍ଦୀ ଫିଲ୍ମରେ ଦୁଇ ଓଡିଆ ନାୟକ ନାୟୀକା ନଜର ଆସିଛନ୍ତି । ସେଥିପାଇଁ ଏହି ଫିଲ୍ମକୁ ଦେଖିବା ପାଇଁ ସମସ୍ତଙ୍କ ଅପେକ୍ଷା। ଅପସରା ରାନୀଙ୍କୁ ତାଙ୍କ ବୋଲ୍ଡ ଅବତାର ସହିତ ଏହି ‘ଥ୍ରୀଲର୍’ ଟ୍ରେଲରରେ ଦେଖିବାକୁ ମିଲିଚି। ଟ୍ରେଲରଟି କମ ସମୟର ହେଲେ ମଧ୍ୟ ଦର୍ଶକଙ୍କ ମନରେ ଉତ୍କଣ୍ଠା ଆଣିଦେଇଛି କିନ୍ତୁ ଫିଲ୍ମଟି କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି। ରାମଗୋପାଳଙ୍କ ଟ୍ୱିଟର୍ ଏବଂ ୟୁଟ୍ୟୁବ୍ରେ ଫିଲ୍ମର ଟ୍ରେଲର୍ ପୋଷ୍ଟ ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024