ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଅନଲକ୍ ୩ । ସେହିଅନୁଯାୟୀ ଅଗଷ୍ଟ ୫ ଅର୍ଥାତ ଆସନ୍ତା କାଲିଠୁ ଖୋଲିବ ଯୋଗ ଏବଂ ଜିମ୍ ସେଣ୍ଟର । ଏନେଇ କେନ୍ଦଅ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି କରାଯାଇଛି । ମାତ୍ର ସ୍ପା , ଷ୍ଟିମ ବାଥ୍, ସ୍ୱୁମିଙ୍ଗ ପୁଲ୍ ପୂର୍ବ ଭଳି ବନ୍ଦ ରହିବ । କେବଳ ଯୋଗ ସଂସ୍ଥା ଏବଂ ଜିମ୍ ସେଣ୍ଟର ଖୋଲିବା ପାଇଁ ଅନୁମତି ମିଳିଛି । ସେଥିପାଇଁ ଗାଇଡ ଲାଇନ୍ ଉପରେ ଧ୍ୟାନ ରଖିବାକୁ ହେବ । ଗାଇଡ ଲାଇନ୍ ରେ କୁହାଯାଇଛି କି, ଯୋଗ ଓ ଜିମ୍ ସେଣ୍ଟରରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଥିବ । ପ୍ରତ୍ୟେକ ବ୍ୟକ୍ତିଙ୍କ ହିସାବରେ ଚାରି ବର୍ଗ ମିଟର ସ୍ଥାନ ରହିବା ଉଚିତ୍ ।
ସାମାଜିକ ଦୂରତା ପାଇଁ ମସିନ୍ ଏବଂ ଅନ୍ୟ ଜିନିଷକୁ ଦୂରତାରେ ରଖାଯିବା ଉଚିତ୍ । ସେଣ୍ଟର ଭିତରକୁ ଯିବା ଆଉ ଆସିବା ପାଇଁ ଭିନ୍ନ ଭିନ୍ନ ରାସ୍ତାର ଆୟୋଜନା କରାଯିବା ଉଚିତ୍ । ଏହାବ୍ୟତିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରନ୍ତୁ ଏବଂ ଅତି କମରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ । ଡିଜିଟାଲ ପେମେଣ୍ଟ କରାଯାଉ । ସମସ୍ତ ଏସି ର ତାପାମାତ୍ରା ୨୪ ରୁ ୩୦ ଡିଗ୍ରୀ ଭିତରେ ଏବଂ ଆଦ୍ରତାର ସ୍ତର ୪୦ ରୁ ୭୦ ପ୍ରତିଶତ ରହିବା ଉଚିତ୍ । ଜିମ୍ ରେ କାମ କରୁଥିବା ଷ୍ଟାଫଙ୍କ ସଂଖ୍ୟା କମ ରହିବା ଉଚିତ୍ । ଚଟାଣ. ବାଥରୁମ ଆଦିକୁ ବାରମ୍ବାର ସଫା କରାଯିବା ସହ ଡଷ୍ଟବିନକୁ ଭଲ ଭାବେ ଘୋଡାଇ ରଖନ୍ତୁ ।
ସମସ୍ତ ସଂସ୍ଥା ଅଧିକତମ କ୍ଷମତା ର ଆକଳନ କରି ସମୟର ନିର୍ଦ୍ଧାରଣ କରିବେ ଏବଂ ଏନେଇ ଲୋକଙ୍କୁ ଜଣେଇବା ଉଚିତ୍ । ଯୋଗ କ୍ରିିୟା କୁ କିଛି ସମୟ ପାଇଁ ଛାଡି ଦେବା ଉଚିତ୍ । ଫିଟନେସ୍ ରୁମ୍ ଏବଂ କ୍ଲାସ ସେଶନରେ ୧୫ ରୁ ୩୦ ମିନିଟ ବ୍ୟବଧାନ ରହିବା ଉଚିତ୍, ଯାହାଫଳରେ ଯିବା ଆସିବରେ ଯେପରି କେହି ଆମ୍ନା ସାମ୍ନା ନହୁଅନ୍ତୁ । ଟ୍ରେନରଙ୍କୁ ୬ ଫୁଟ ଦୂରତା ମାନିବାକୁ ପଡିବ ।
ଅନ୍ୟପଟେ ୬୫ ବର୍ଷରୁ ଅଧିକ ବୟସର ଲୋକ, ଗର୍ଭବତୀ ମହିଳା, ଗୁରୁତର ରୋଗୀ ଏବଂ ୧୦ ବର୍ଷରୁ କମ ଶିଶୁଙ୍କୁ ଜିମ ପାଇଁ ଅନୁମତି ଦିଆଯାଇ ନାହିଁ ।