ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ଦିଆଯାଇଛି । ସେପଟେ କେନ୍ଦ୍ରର ଏହି ନିଷ୍ପତିକୁ ଧନ୍ୟବାଦ ଜଣାଇଛି ବିହାର ସରକାର ।
ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି କି, ସ୍ୱର୍ଗୀୟ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଦ୍ୱାରା ପାଟଣାରେ ଦାୟର କରାଯାଇଥିବା ମାମଲାର ସିବିଆଇ ତଦନ୍ତ କରିବା ହେତୁ ରାଜ୍ୟସରାକରଙ୍କ ସୁପାରିଶକୁ କେନ୍ଦ୍ର ସ୍ୱୀକାର କରିନେଇଛି । ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ । ଏବେ ତଦନ୍ତ ଠିକ୍ ଭାବେ ହେବ ଏବଂ ନ୍ୟାୟ ମିଳିବ ବୋଲି ଆଶା ରହିଛି ।
ସବୁଠାରୁ ବଡ କଥା ହେଉଛି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପିତାଙ୍କ ଦ୍ୱାରା ଦାୟର ହୋଇଥିବା ପ୍ରାଥମିକି ସିବିଆଇ ଯାଞ୍ଚ ପାଇଁ ବିହାର ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁମତି ମିଳିଥିଲା ।