ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନ ଆସନ୍ତା ୧୧ ତାରିଖକୁ ଘୁଞ୍ଚିଛି । ଏହି ଅବସରରେ ସୁପ୍ରିମକୋର୍ଟ ଦୋଷୀ ମାନଙ୍କୁ ତାଙ୍କର ସମସ୍ତ ଆଇନଗତ ବିକଳ୍ପ ତୁରନ୍ତ ସାରିବାକୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖ ସୋମବାର ଦିନ ଅପରାହ୍ନ ୨ ଟାରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ଘୋଷଣା କରିଛନ୍ତି । ଏହିଦିନ ଫାଶୀ ଦିଆଯିବା ପାଇଁ ତାରିଖ ଘୋଷଣା ହୋଇପାରେ ।
ସୂଚନାଯୋଗ୍ୟ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବା ପରେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସରକାର ଆବେଦନରେ ଉଲ୍ଲେଖ କରିଥିଲେ ଯେଉଁ ଅଭିଯୁକ୍ତଙ୍କର ସମସ୍ତ ନ୍ୟାୟିକ ପକ୍ରିୟା ଶେଷ ହୋଇ ସାରିଛି ତେଣୁ ବିଳମ୍ବ ନକରି ଫାଶୀ ଦିଆଯାଉ । ୪ ଅଭିଯୁକ୍ତଙ୍କ ନାମରେ ଦୁଇଥର ଡେଥ ୱାରେଣ୍ଟ ଜାରି ହୋଇ ସାରିଲାଣି । ମାତ୍ର ଅଭିଯୁକ୍ତ ବିଭିନ୍ନ ଆଳ ଦେଖାଇ ଏହାକୁ ଘୁଞ୍ଚାଇ ଚାଲିଛନ୍ତି ।