ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଆତଙ୍କ । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୭୩୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୫୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 8th August
New Positives Cases: 1734
In quarantine: 1075
Local contacts: 659(Details of local contacts will be shared by concerned District Administration)
District Wise Cases
1. Angul: 4
2. Balasore: 73
3. Bargarh: 51
4. Bhadrak: 58
5. Balangir: 6— I & PR Department, Odisha (@IPR_Odisha) August 9, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୪, ବାଲେଶ୍ୱରର ୭୩, ବରଗଡର ୫୧,ଭଦ୍ରକର ୫୮,ବଲାଙ୍ଗିରର ୬, କଟକର ୧୭୭, ଦେଓଗଡର ୫, ଢେଙ୍କାନାଳର ୨୯,ଗଜପତିର ୮୫, ଗଞ୍ଜାମର ୨୨୨, ଜଗତସିଂହପୁରର ୧୨, ଯାଜପୁରର ୩୮, ଝାରସୁଗୁଡାର ୬, କଳାହାଣ୍ଡିର ୨୪, କନ୍ଧମାଳର ୫୯, କେନ୍ଦ୍ରାପଡାର ୨, କେନ୍ଦୁଝରର ୨୭, ଖୋର୍ଦ୍ଧାର ୩୪୨, କୋରାପୁଟର ୬୦, ମାଲକାନାଗିରିର ୫୨,ମୟୁରଭଞ୍ଜର ୩୫, ନବରଙ୍ଗପୁରର ୧୩, ନୟାଗଡର ୧୦୬, ନୂଆପଡାର ୨୨,ପୁରୀର ୫୫, ରାୟଗଡାର ୧୮, ସମ୍ବଲପୁରର ୧୪, ସୋନପୁର ୧୩ ଏବଂ ସୁନ୍ଦରଗଡର ୧୨୬ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୭୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୫୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 13
23. Nayagarh: 106
24. Nuapada: 22
25. Puri: 55
26. Rayagada: 18
27. Sambalpur: 14
28. Sonepur: 13
29. Sundargarh: 126New Recoveries: 1544
Cumulative Tested: 650183
Positive: 45927
Recovered: 30241
Active cases: 15365— I & PR Department, Odisha (@IPR_Odisha) August 9, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ କୁ ବୃଦ୍ଧି ପାଇଛି । ସେଥିରୁ ୩୦୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୩୬୫ ଜଣ ଚିକିତ୍ସିତ ହେଉଛନ୍ତି ।