ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ପବିତ୍ର ପର୍ବ ଜନ୍ମାଷ୍ଟମୀ । ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଏହି ଦିନ ଭକ୍ତମାନେ ବ୍ରତ ରଖିଥାନ୍ତି ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଉଠେ । ସେହିଅନୁଯାୟୀ ଏହି ଦିନ ଯଦି ଆପଣ କିଛି ଖାସ ଉପାୟ କରିବେ ତେବେ ଭଗବାନ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା..
– ଜନ୍ମାଷ୍ଟମୀ ଦିନ ପୂଜାରେ ପାରିଜାତ ଫୁଲ ବ୍ୟବହାର କରିବା ଉଚିତ୍ । ଭଗବାନ ବିଷ୍ଣୁଙ୍କ ଅବତାର ହେଉଛନ୍ତି ଭଗବାନ କୃଷ୍ଣ । ଭଗବାନ ବିଷ୍ଣୂ ଏବଂ ମାତା ଲକ୍ଷ୍ମୀଙ୍କର ପ୍ରିିୟ ହେଉଛି ପାରିଜାତ ଫୁଲ ।
– ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ଚାନ୍ଦୀର ବଇଁସି ଅର୍ପଣ କରିବା ଉଚିତ୍ । ପୂଜା ଶେଷ ହେବା ପରେ ସେହି ବଇଁସିକୁ ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ରଖିବା ଉଚିତ୍ ।
– ସେହିପରି ଏହିଦିନ ଭଗବାନ କୃଷ୍ଣଙ୍କୁ ମୟୂରପଙ୍ଖ ଅର୍ପଣ କରିବା ଉଚିତ୍ । କୃଷ୍ଣଙ୍କର ପ୍ରିୟ ହେଉଛି ମୟୂରପଙ୍ଖ । ସେଥିପାଇଁ ଭଗବାନ କୃଷ୍ଣ ସର୍ବଦା ତାଙ୍କ ମସ୍ତକରେ ମୟୂରପଙ୍ଖ ଧାରଣ କରନ୍ତି ।
– ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣ ଏବଂ ତାଙ୍କ ଭାଇ ବଳରାମଙ୍କୁ ରାକ୍ଷୀ ବାନ୍ଧିବା ଉଚିତ୍ ।
– ଜନ୍ମାଷ୍ଟମୀ ଅବସରରେ ଶଙ୍ଖରେ ଖୀର ନେଇ ବାଲକ୍ରିଷ୍ଣାଙ୍କୁ ଅଭିଶେକ କରିବା ଉଚିତ୍ ।
– ସେହିପରି ଜନ୍ମାଷ୍ଟମୀ ଦିନ ଗାଇ ଏବଂ ବାଛୁରୀର ଛୋଟିଆ ପ୍ରତିମା ଘରକୁ ଆଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।