ନୂଆ ଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରସିଦ୍ଧ ସାୟର ବା କବି ରାହତ ଇନ୍ଦୋରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରାହତ ଇନ୍ଦୋରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ କିଛି ସମୟ ପୂର୍ବରୁ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଛନ୍ତି। ରାହତ ଇନ୍ଦୋରୀ ତାଙ୍କ ଫେସବୁକ ଏବଂ ଟ୍ୱିଟର ଆକାଉଣ୍ଟରୁ ସୂଚନା ଦେଇ ଲେଖିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ତାଙ୍କ କରୋନା ଟେଷ୍ଟ କରିଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ସେ କହିଛନ୍ତି ଯେ ତାଙ୍କୁ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ଯାହାଦ୍ୱାରା ରାହତ ଇନ୍ଦୋରୀ ଯଥାଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ଏବଂ ହସ୍ପିଟାଲରୁ ଆସିପାରିବେ।
ଡାକ୍ତରଖାନାର ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ରବି ଦୋସି କହିଛନ୍ତି ଇନ୍ଦୋରୀଙ୍କ ଉଭୟ ଫୁସଫୁସରେ ନିମୋନିଆ ଅଛି। ନିଶ୍ୱାସ ପ୍ରଶ୍ୱାସ ହେତୁ ତାଙ୍କୁ ଆଇସିୟୁରେ ରଖାଯାଇଛି ଏବଂ ଅମ୍ଳଜାନ ଦିଆଯାଇଛି। ଆମେ ତାଙ୍କ ସ୍ୱାସ୍ଥ୍ୟ ହେବା ନେଇ କାମନା କରୁଛୁ ।
JUST IN
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024