ପୁରୀ,(ଏଟିଆର ବ୍ୟୁରୋ): ସେବାୟତଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ପର୍ଯ୍ୟଟକଙ୍କୁ ମାଡ଼ ମାରି ଲୁଟି ନେଇଛନ୍ତି ସୁନାଚେନ । ଏମିତି ସଙ୍ଗିନ ଅଭିଯୋଗ ପହଞ୍ଚିଛି ସିଂହଦ୍ୱାର ଥାନାରେ । ସେବାୟତମାନେ ପୁରୀ ଆସିଥିବା ଏକ ମରାଠୀ ପର୍ଯ୍ୟଟକଙ୍କଠୁ ସୁନା ଚେନ ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ମନ୍ଦିରର ଜୟବିଜୟ ଦ୍ୱାର ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ଲାଗିଥିବା ସିସିଟିଭି ଯାଞ୍ଚ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛି ପୁଲିସ । ସେପଟେ ଆହତ ମରାଠୀ ପର୍ଯ୍ୟଟକଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି ।