ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କିଛି ଦିନ ତଳେ ତାଙ୍କ ନା’ରେ ଜଣେ ମହିଳା ସହକର୍ମୀ ଯୌନ ନିର୍ଯାତନାର ଅଭିଯୋଗ କରିଥିଲା । ଯାହାର ଫଳ ସ୍ୱରୂପ ତାଙ୍କ ଗିରଫ ମଧ୍ୟ କରାଯାଇଥିଲା । ଜୁଲାଇ ୯ତାରିଖରେ ମହିଳା ଥାନା ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।
ବିଭୂ ପ୍ରସାଦ ଜଣେ ଓଏଏସ ଥିବା ବେଳେ ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସର ଥିଲେ । ତେବେ ରାଜ୍ୟ ସରକାର ବିଭୁ ପ୍ରସାଦକୁ ପୂର୍ବରୁ ନିଜ ପଦବୀରୁ ନିଲମ୍ବିତ କରିବା ସହ ଆଜି ବାଧ୍ୟତା ମୂଳକ ଅବସର ପ୍ରଦାନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାଧ୍ୟତାମୂକ ଅବସରକୁ ଅନୁମୋଦନ କରିଛନ୍ତି ।
ବିଭୁ ପ୍ରସାନଙ୍କୁ ମିଳିଲା ବାଧ୍ୟତାମୂଳକ ଅବସର
Tags #AtrNews #Odisha