ନୂଆ ଦିଲ୍ଲୀ():ସ୍ୱାଧୀନତା ଦିବସ ଅବସରରେ ଅଥବା ୭୪ତମ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଖଲିସ୍ତାନ ପତାକା ଉତ୍ତୋଳନ କରିବା ପାଇଁ ଶିଖ୍ ଫର ଜଷ୍ଟିସ୍ ସଙ୍ଗଠନର ମୁଖ୍ୟ ଗୁରପାତ୍ୱାନ୍ତ ସିଂ ପନ୍ନୁ ଆହ୍ୱାନ ଦେଇଛି । ଏହା ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଦ୍ୱାରା ଏକ ବଡ଼ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟରେ ଦର୍ଶାଯାଇଛି ଯେ ଆମେରିକାରେ ରହୁଥିବା ‘ଶିଖ୍ ଫର ଜଷ୍ଟିସ୍’ ସଙ୍ଗଠନର ମୁଖ୍ୟ ଗୁରପାତ୍ୱାନ୍ତ ସିଂ ପନ୍ନୁ ୧୫ ଅଗଷ୍ଟରେ ଲାଲକିଲ୍ଲାରେ ଖାଲିସ୍ତାନ ପତାକା ଉତ୍ତୋଳନ କଲେ ୧.୨୫ ମିଲିୟନ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଛି । ସେ ଏକ ଭିଡିଓ ପ୍ରସ୍ତୁତ କରି ଏହା ଜଣାଇଛି ।
ଖଲିସ୍ତାନର ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର ଆତଙ୍କବାଦୀ ଗୁରପାତ୍ୱାନ୍ତ ସିଂ ପନ୍ନୁ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ଘୋଷଣା କରିଛି । ଗୁରପାତ୍ୱାନ୍ତ ସିଂ ପନ୍ନୁ ବିରୁଦ୍ଧରେ ପଞ୍ଜାମ ଅନେକ ମାମଲା ରୁଜୁ ହୋଇଛି । ସେ ଭାରତକୁ ବିଭାଜନ କରିବାକୁ ପ୍ରୟାସ କରୁଛି ଓ ସିଖ୍ ମାନଙ୍କ ପାଇଁ ଅନ୍ୟ ଏକ ସ୍ଥାନ ଗଠନ କରିବା ପାଇଁ ଚାଲ କରୁଛି । ତେଣୁ ଗୁରୁୱନ୍ତପନ୍ତ ସିଂ ପନ୍ନୁଙ୍କୁ ଭାରତ ସରକାରଙ୍କ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଅଗଷ୍ଟ ୧୫ ରେ ଲାଲକିଲ୍ଲାରେ ଖାଲିସ୍ତାନର ପତାକା ଉତ୍ତୋଳନ କରିବ ବୋଲି ଗୁରପାତ୍ୱାନ୍ତ ସିଂ ପନ୍ନୁ ଘୋଷଣା କରିଛି ।
ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ସହଯୋଗରେ ଗୁରପାତ୍ୱାନ୍ତ ସିଂ ପନ୍ନୁ ମଧ୍ୟ ୨୦୨୦ ରେ ଅଧିକ କ୍ରୀୟାଶୀଳ ହୋଇ ଭାରତ ବିରୁଦ୍ଧରେ ବିଭିନ୍ନ ଆତଙ୍କ ଅଭିଯାନ ଚଳାଉଛି । ଭିଡିଓ ପରେ ଅନୁସନ୍ଧାନକାରୀ ସଂସ୍ଥା ସତର୍କ ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ଲୋକମାନଙ୍କୁ ଗୁରପାତ୍ୱାନ୍ତ ସିଂ ପନ୍ନୁ କଲ କରିଥିଲା , କଲ କରି ସେମାନଙ୍କୁ ଖଲିସ୍ତାନ ଆନ୍ଦୋଳନରେ ସାମିଲ ହେବା ପାଇଁ ଉସକାଉଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।୧୫ ଆସିଥିବା ଭିଡିଓ ଦେଖି ବର୍ତ୍ତମାନ ଭାରତର ଗୁପ୍ତଚର ସଂସ୍ଥାମାନେ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ସକ୍ରିୟ ହୋଇଯାଇଛନ୍ତି ଓ ଏହା ସହିତ ଆଇବି ଆଲର୍ଟ ପରେ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024