ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ଭ୍ୟାକ୍ସିନ ଉପରେ ପରୀକ୍ଷଣ ଚାଲିଛି । ଏହାରି ମଧ୍ୟରେ ଗୁରୁବାର ଭାରତୀୟ ବଜାରରେ ଔଷଧୀୟ କମ୍ପାନୀ ଜାଇଡସ କ୍ୟାଡିଲା ରେମଡେକ ବ୍ରାଣ୍ଡ ନାମରେ ରେମଡେସିଭୀର ଇଞ୍ଜେକ୍ସନ ଲଞ୍ଚ କରିଛି ।
କମ୍ପାନୀ ମତରେ, କରୋନା ଚିକିତ୍ସା ପାଇଁ ରେମଡେସିଭୀର ସବୁଠାରୁ ଶସ୍ତା ଇଞ୍ଜେକ୍ସନ । ୧୦୦ ମିଲିଗ୍ରାମ ଶିଶି ର ଦାମ ୨୮୦୦ ଟଙ୍କା ରଖାଯାଇଛି । ଯାହା ଭାରତରେ ଉପଲବ୍ଧ ରେମଡେସିଭୀର ର ସବୁଠାରୁ ଶସ୍ତା ବ୍ରାଣ୍ଡ । ଏହାକୁ ସାରା ଦେଶରେ ବିତରଣ ନେଟୱର୍କ ଜରିଆରେ ବହୁତ ଶୀଘ୍ର ଉପଲବ୍ଧ କରାଯିବ । ଏହା ସହିତ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ମିଳିବ ଏହି ଔଷଧ ।
କ୍ୟାଡିଲା ହେଲ୍ଥକେୟାର ର ପ୍ରବନ୍ଧ ନିର୍ଦ୍ଦେଶକ ଡାଃ. ଶରବିଲ ପଟେଲ କହିଛନ୍ତି କି, ରେମଡେକ ସବୁଠାରୁ ଶସ୍ତା ଔଷଧ । କାରଣ ଆମେ ଚାହୁଁଛି କି କରୋନା ଚିକିତ୍ସା ପାଇଁ ଅଧିକରୁ ଅଧିକ ରୋଗୀଙ୍କ ପାଖରେ ଏହି ଔଷଧ ପହଁଚି ପାରୁ ।
ଅନ୍ୟପଟେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରଖିଛି ଜାଇଡସ କ୍ୟାଡିଲା । ଏହାସହିତ ଜାୟକୋଭ-ଡି ନାମକ ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ଦ୍ୱିତୀୟ ପର୍ଯ୍ୟାୟରେ ଅଛି ।
ରେମଡେସିଭୀର ର ଉତ୍ପାଦନ ଏବଂ ସେଥିରୁ ରକ୍ଷା ପାଇବା ପାଇଁ ଜୁନ୍ ୨୦୨୦ ରେ ଆମେରିକା ଗିିଲେଡ ସାଇନ୍ସ ଇଙ୍କ ସହିତ ନନଏକ୍ସକ୍ଲ୍ୟୁସିଭ ଡିଲ କରିଛି ଜାଇଡସ କ୍ୟାଡିଲା । ଏହି ଔଷଧକୁ ଆମେରିକାନ୍ ଅଥରିଟି ୟୂଏସ ଫୁଡ ଆଣ୍ଡ ଡ୍ରଗ ଏଡମିନିଟ୍ରେସନ ଦ୍ୱାରା କରୋନା ଚିକିତ୍ସା ପାଇଁ ପ୍ରାଥମିକତା ଦିଆଯାଇଛି ।