ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହେନ୍ଦ୍ର ସିଂ ଧୋନି ଆନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସର ନେବା ପରେ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ଭାଙ୍ଗିପଡିଛନ୍ତି । ବିଶ୍ୱରେ ଥିବା ନିଜର କୋଟି କୋଟି ପ୍ରଶଂସକଙ୍କୁ ଧୋନି ସୋସିଆଲ ମିଡିଆ ମାଧ୍ୟମରେ ନିଜର ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସର ନେବା କଥା ଜଣାଇଥିଲେ । ତେବେ ଧୋନି ଅବସର ନେବା ଆଗରୁ ଅନୁମାନ କରାଯାଉନଥିଲେ ମଧ୍ୟ ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ତେବେ ଧୋନିଙ୍କ ପାଇଁ ଏକ ବିଦାୟ ମ୍ୟାଚ ଆୟୋଜନ କରିବା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଦାବି କରି ଆସୁଥିବା ବେଳେ ପାକିସ୍ତାନର ୩୯ବର୍ଷ ବୟସ୍କ ସ୍ପିନର ସାକଲେନ ମୁସ୍ତାକ ମଧ୍ୟ ବିଦାୟ ମ୍ୟାଚ ଆୟୋଜନ କରିବା ପାଇଁ ଦାବି କରିଛନ୍ତି । ସାକଲେନି ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ କହିଛନ୍ତି କି, ବିସିସିଆଇ ଧୋନିକୁ ଭଲ ବ୍ୟବହାର କରୁନାହିଁ । ଏଥିସହ କହିଛନ୍ତି କି, ପାକିସ୍ତାନ ଏହା ଅନୁଭବ କରୁଛି କି ବିସିସିଆଇ ଧୋନିଙ୍କ ପାଇଁ ଏକ ବିଦାୟ ମ୍ୟାଚର ଆୟୋଜନ କରିବା ଆବଶ୍ୟକ ।
ଏହାସହ ବିସିସିଆଇର ଏହିଭଳି କାର୍ଯ୍ୟକଳାପରେ ସେ ଆହତ ହୋଇଥିବା କଥା ନିଜର ଭିଡିଓ ମାଧ୍ୟମରେ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ମୁଁ ସବୁବେଳେ ସକରାତ୍ମକ କଥା କହିଥାଏ । କିନ୍ତୁ ଆଜି ମୁଁ ଭାବୁଛି, ମୋର ଏହା କହିବା ଉଚିତ ଅଟେ କି, ଅବସର ଏହିଭଳି ଭାବେ ଏପରି ଭାବେ ନିଆଯାଇନଥାଏ । ବିସିସିଆଇ ଧୋନିଙ୍କୁ ଉଚିତ ବ୍ୟବହାର କରିନାହିଁ ଯାହା କି ବିସିସିଆଇ ଏକ ପ୍ରକାର ପରାଜୟ ଅଟେ । ଏ ସମସ୍ତ କଥା ମୋ ହୃଦୟରୁ ଆସିଛି ଏବଂ ଏହି ସମାନ କଥା ଧୋନିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅନୁଭବ କରୁଛନ୍ତି ।
ଏହାସହ ସାକଲେନି ମଧ୍ୟ କହିଛନ୍ତି କି ମୁଁ ଖୁସି କି ଧୋନି ଆଇପିଏଲ ଖେଳିବେ ତେବେ ସେ ଆନ୍ତର୍ଜାତୀୟ ମ୍ୟାଚରୁ ବିଦାୟ ନେବା ଉଚିତ ନୁହେଁ । ଏଥିସହ ବିସିସିଆଇ କୁ ଏହିଭଳି କଥା କହିଥିବା ରୁ ମୁଁ କ୍ଷମା ମାଗୁଛି ବୋଲି ସେ ନିଜ ୟ୍ୟୁଟୁବ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ।
ଧୋନି ୧୬ ବର୍ଷ ବ୍ୟାପୀ ଏକ ଚମତ୍କାର କ୍ୟାରିୟରର ପରଦା ଆଙ୍କିଥିଲେ ଯେଉଁଠାରେ ସେ ଅଧିନାୟକ ଭାବରେ ଭାରତକୁ ଅନେକ ସ୍ମରଣୀୟ ବିଜୟରେ ପହଞ୍ଚାଇଥିଲେ ଜ୍ଝ ସେ ବିଶ୍ୱର ଏକମାତ୍ର ଖେଳାଳି ଅଟନ୍ତି ଯିଏକି ଅଧିନାୟକ ଭାବରେ ତିନୋଟି ପ୍ରମୁଖ ଆଇସିସି ଟ୍ରଫି ଜିତିଛନ୍ତି। ସେ ୨୦୦ ଟି ଦିନିକିଆ, ୬୦ ଟେଷ୍ଟ ଏବଂ ୭୨ ଟି -୨୦ ରେ ଭାରତର ନେତୃତ୍ୱ ନେଇଥିଲେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024