ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାତି ପାହିଲେ ପାଳିତ ହେବ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ ସ୍ୱାଦୀନତା ଦିବସ ନିଡାମ୍ବର ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିଭଳି ନୂଆଦିଲ୍ଲୀ ଲାଲକିଲ୍ଲାରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପତାକା ଉତ୍ତୋଳନ କରିବେ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରା ଅଞ୍ଳକୁ ସୁରକ୍ଷା ବଳୟ ଭିତରେ ରଖା ଯାଇଛି । ସ୍ନାଇପର, କମୋଣ୍ଡୋ, କାଇଟ ମାଚର୍ସ ନିୟୋଜିତ ହେବେ ।
ସେହିଭଳି ୩୦୦ ରୁ ଅଧିକ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି । ୪ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ କରୋନା ଗାଇଡ ଲାଇନ ଅନୁସାରେ ସ୍ୱାଧୀନତା ଦିବସ ପାଳନ କରାଯିବ । ସୁରକ୍ଷାକର୍ମୀ ମାନେ କରୋନା ଗାଇଡ ଲାଇନ ମାନି କାର୍ଯ୍ୟ କରିବେ । ଗାର୍ଡ ଅଫ ଅନର ଦେବାକୁ ଥିବା ୩୫୦ ପୋଲିସ କର୍ମୀଙ୍କୁ ସଂଗରୋଧରେ ରଖାଯାଇଛି । ୧୫ ତାରିଖ ସକାଳ ୬ ଟାରୁ ୮ ଟା ୪୫ ପର୍ଯ୍ୟନ୍ତ ସଡକ ଗୁଡିକରେ ସାଧାରଣ ଲୋକଙ୍କ ଯିବା ଆସିବା ବନ୍ଦ ରହିବ ।