ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୧୦ ରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତିରେ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ସୁପରସେସନ ବା ଅଧିକମଣରେ ଗଭର୍ଣ୍ଣର ବୋର୍ଡ କହିଛି ଯେ ଜମ୍ମୁ କାଶ୍ମୀରର ସମସ୍ତ ଅଞ୍ଚଳ ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଜ୍ଞପ୍ତିରେ କୁହାଯାଇଛି ଯେ ପାକିସ୍ତାନ ଏହି ଅଞ୍ଚଳର ଏକ ଅଂଶକୁ ବେଆଇନ ତଥା ଜବରଦଖଲ କରିଛି। ତେଣୁ ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟାମକ ପ୍ରକାଶ କରିଛନ୍ତି ଯେ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଏବଂ ଲଦାଖ (ପିଓଜେକେଏଲ)ରେ ଅବସ୍ଥିତ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଥିବା କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଭାରତର କୌଣସି ସ୍ଥାନରେ ମଧ୍ୟ ଆଧୁନିକ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ ।
ପାକିସ୍ତାନର ଅଧିକୃତ ଜମ୍ମୁ-କାଶ୍ମୀର ଓ ଲଦାଖ(PoJKL)ର ଯେକୌଣସି ମେଡିକାଲ ଅନୁଷ୍ଠାନ ମାନ୍ୟତା ପାଇବା ପାଇଁ ଇଣ୍ଡିଆନ ମେଡିକାଲ କାଉଁସିଲ ଆକ୍ଟ ,୧୯୫୬ର ଅନୁମତି ଦରକାର ବୋଲି ବୋର୍ଡ ଅଫ ଗଭର୍ଣ୍ଣରର(BOG)ର ସମ୍ପାଦକ ଡାକ୍ତର କେ ଭଟ୍ସ କହିଛନ୍ତି ।
ଭାରତୀୟ ମେଡିକାଲ କାଉନସିଲ ଅଧିନିୟମ ୧୯୫୬, ଅନୁଯାୟୀ ବେଆଇନ ଭାବେ ପାକିସ୍ତାନ ଅଧିକୃତ ଅଞ୍ଚଳରେ ଅବସ୍ଥିତ ମେଡିକାଲ କଲେଜରୁ ଡିଗ୍ରୀ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଭାରତରେ ଆଧୁନିକ ଚିକିତ୍ସା ଅଭ୍ୟାସ କରିବା ପାଇଁ କୌଣସି ଶିକ୍ଷାନୁଷ୍ଠାନରେ ଅନୁମତି ପ୍ରଦାନ କରାଯିବ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ପରେ ଯାଞ୍ଚ କରି ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଏବଂ ଲଦାଖ (ପିଓଜେକେଏଲ) ଅଞ୍ଚଳର ମେଡିକାଲ ସଂସ୍ଥାଗୁଡ଼ିକୁ ଭାରତୀୟ ମେଡିକାଲ କାଉନସିଲ ଅଧିନିୟମ ଅନୁଯାୟୀ ଅନୁମତି ଏବଂ ମାନ୍ୟତା ଦିଆଯାଇ ନାହିଁ।
ହାଇକୋର୍ଟ ଭାରତ ସରକାରଙ୍କୁ ଏହି ଖବରକୁ ସାର୍ବଜନୀନ କରିବାକୁ କହିଥିଲେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଅନୁଷ୍ଠାନରୁ ଡାକ୍ତରୀ ଯୋଗ୍ୟତା ପାଇବା ପରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଭାରତ ବାରମ୍ବାର ଦାବି କରିଛି ଯେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ସମଗ୍ର ୟୁନିଅନ୍ ଅଞ୍ଚଳ ଏହାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024