ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଯେଉଁ ଭଳି ଭାବେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରାଜ୍ୟ ସରକାର ହୁଅନ୍ତୁ ଅବା ହୁଅନ୍ତୁ ଜିଲ୍ଲା ପ୍ରଶାସନ ସଭିଏଁ ଲାଗି ପଡିଛନ୍ତି କିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯିବା ସହ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାରକୁ ରାଜ୍ୟସରକାରଙ୍କ ପକ୍ଷରୁ ସଟହାଉନ ଘୋଷଣା କରାଯାଇଛି ।
ଏହି ସମୟରେ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ଯାନବାହାନର ଯିବା ଆସିବା ମଧ୍ୟ ବନ୍ଦ ରହିବ । ହେଲେ କିଛି ଅମାନିଆ ଯେପରି କିଛି ଶୁଣିବାକୁ ନାରାଜ । ସରକାରଙ୍କ ବାରଣ ସତ୍ୱେ ସଟଡାଉନ ସମୟରେ ହୋଟେଲ ଆଣ୍ଡ ବାରକୁ ଖୋଲି ବେଧଡକ ନିଜର ବେପାର ଜାରି ରଖିଥିବା ବେଳେ ଏହା ପ୍ରଶାସନ ଆଖିରେ ପଡିବାରୁ ଏହାକୁ ସିଲ କରି ଦିଆଯାଇଛି ।
ସୂଚନାନୁଯାଇ, ଭୁବନେଶ୍ୱର ସ୍ଥିତ ଗ୍ୟାରେଜ ଛକରେ ଏକ ହୋଟେଲ ଆଣ୍ଡ ବାର ଖୋଲା ରହିବା ସହ ସେଠାରେ ଲୋକ ଆସି ଭିଡ ଜମାଇ ମଦ କିଣୁ ଥିଲେ । ଯାହା ବିଏମସି ନଜରରେୂ ଆସିବାରୁ ଉଭୟ ବିଏମସି ଓ ପୋଲିସର ମିଳିତ ସ୍କାଡ ସେଠାରେ ଚଢାଉ କରି ସେହି ହୋଟେଲ ଆଣ୍ଡ ବାରକୁ ସିଲ କରିଦେଇଛନ୍ତି ।
ସିଲ ହେଲା ବାର
Tags #AtrNews #Odisha