ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ଫିଲ୍ମ ଜଗତରୁ ଆସିଲା ପୁଣି ଏକ ଦୁଃଖଦ ଖବର । ଓଡିଆ ଫିଲ୍ମ ଜଗତର ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କର ଦେହାନ୍ତ ଘଟିଛି । ଦେବେନ ମିଶ୍ରଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ହୃଦଘାତରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଦେବେନ ମିଶ୍ରଙ୍କର ଦେହାନ୍ତ ଘଟିଥିବା ବେଳେ ମୁତ୍ୟୃ ବେଳେକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ତାଙ୍କର ଓଡିଆ ଫିଲ୍ମ ଜଗତ ପ୍ରତି ଅନେକ ଅବଦାନ ରହିଛି ।
ସେ ନିଜର କ୍ୟାରିୟରରେ ପ୍ରାୟ ୮୦ରୁ ଉଦ୍ଧ୍ୱ ଓଡିଆ ଫିଲ୍ମ ଏଡିଟିଂ କରିଛନ୍ତି । ସ୍ୱର୍ଗତ ମିଶ୍ରଙ୍କର ପ୍ରଥମ ଏଡିଟିଂ ଫିଲ୍ମ ‘ପୁଅ ମୋର କଳା ଠାକୁର’ ରହିଥିବା ବେଳେ ଏହା ଦର୍ଶକଙ୍କ ମଧ୍ୟରେ ବେଶ ପରିଚିତ ହୋଇଉଠିଥିଲା । ଏହା ପରେ ସେ ‘ଉଦଣ୍ଡୀ ସୀତା’, ‘ଭାଗ୍ୟ ହାତେ ଡୋରୀ’, ‘ଅଣ୍ଟିଛୁରୀ ତଣ୍ଟି କାଟେ’, ‘ଶ୍ରଦ୍ଧାଞ୍ଜଳି’, ‘ଯଶୋଦା’, ‘କଳାମାଣିକ’ ଓ ସାବିତ୍ରୀ ଭଳି ଅନେକ ଫିଲ୍ମର ସେ ଏଡିଟିଂ କରିଥିଲେ। ଫିଲ୍ମ ‘କାଶିଆ କପିଳା’ ଓ ‘ପରଦେଶୀ ଚଢେଇ’ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। କିଛି ଦିନ ତଳେ ଓଲିଉଡ ଜଗତର ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ଘଟିଥିବା ବେଳେ ତାଙ୍କ ପରେ ପରେ ଅଲବମ କୁଇନ ଦୀପା ସାହୁଙ୍କର ଦେହାନ୍ତ ଘଟିଥିଲା । ଆଉ ଏବେ ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କର ଦେହାନ୍ତ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ହୋଇ ଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024