ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମରେ ସବୁଠାରୁ ସଫଳ ଏବଂ ଭରସାଯୋଗ୍ୟ କ୍ୟାପ୍ଟେନ ରହିଆସିଥିବେ ମହେନ୍ଦ୍ର ସିଂ ଧ୍ୱନି ଗତକାଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ଧ୍ୱନି କ୍ରିକେଟରୁ ସନ୍ୟାସ ନେବା ପରେ ଭବିଷ୍ୟତରେ କଣ କରିବେ ସେନେଇ କୌଣସି ସ୍ପଷ୍ଟି କରଣ ହୋଇନାହିଁ । କିନ୍ତୁ ଏହାରି ମଧ୍ୟରେ ରାଜନୀତି ମଇଦାନରେ ବ୍ୟାଟିଂ କରିବା ପାଇଁ ଧ୍ୱନିଙ୍କୁ ମଉକା ମିଳି ଯାଇଛି ।
ଆଜ୍ଞା ହଁ ଧ୍ୱନିଙ୍କୁ ରାଜନୀତିରେ ଆସିବା ପାଇଁ ବିଜେପିର ବରିଷ୍ଠ ନେତା ଏବଂ ରାଜ୍ୟସଭାର ସାଂସଦ ସୁଭ୍ରମଣ୍ୟମ ସ୍ୱାମୀ ଅଫର ଦେଇଛନ୍ତି । ସୁଭ୍ରମଣ୍ରମ ସ୍ୱାମୀ କହିଛନ୍ତି କି, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଧ୍ୱନିଙ୍କୁ ହାତ ବଢାଇବା ଉଚିିତ୍ ।
ସ୍ୱାମୀ ଟ୍ୱିଟ କରି କହିଛନ୍ତି କି,ଏମଏସ ଧ୍ୱନି କ୍ରିକେଟରୁ ସନ୍ୟାସ ନେଇଛନ୍ତି କିନ୍ତୁ ଅନ୍ୟ ଜିନିଷରୁ ନୁହେଁ । ତାଙ୍କର କ୍ରିକେଟ ମଇଦାନରେ ଲଢିବା ଏବଂ ଟିମ୍ ର ନେତୃତ୍ୱ ନେଇଥିବା ସଫଳତା ,ସାର୍ବଜନିକ ଜୀବନରେ ଆବଶ୍ୟକତା ରହିଛି । ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଲଢିବା ଉଚିତ୍ ।
M. S. Dhoni is retiring from Cricket but not from anything else. His talent-to be able to fight against odds and his inspiring leadership of a team that he has demonstrated in cricket is needed in public life. He should fight in LS General Elections in 2024.
— Subramanian Swamy (@Swamy39) August 16, 2020
ଶନିବାର ସନ୍ଧ୍ୟାରେ ମହେନ୍ଦ୍ର ସିଂ ଧ୍ୱନି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାନ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତି କ୍ରିକେଟ ଜଗତ ସହିତ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରି ଦେଇଛି ।