ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ପୁରୁଣା ସୁନା ବା ସୁନା ଅଳଙ୍କାର ମାନ ବିକିଲେ ତିନି ପ୍ରତିଶତ ଜିଏସଟି ଦେବାକୁ ପଡିପାରେ । ଜିଏସଟି ର ଆଗାମୀ କାଉଁସିଲରେ ଏନେଇ ନିଷ୍ପତି ହୋଇପାରେ । କେରଳର ଅର୍ଥମନ୍ତ୍ରୀ ଥାମସ ଇସାକ ଏନେଇ ସୂଚନା ଦେଇଛନ୍ତି । ଏହାର ଅର୍ଥ ଏବେ ପୁରୁଣା ସୁନା ବିକିଲେ ଲାଭ କମ ହୋଇଯିବ ।
ଥାମସ ଇସାକ କହିଛନ୍ତି କି, ରାଜ୍ୟରେ ଅର୍ଥମନ୍ତ୍ରୀଙ୍କ ଏକ ସମୁହରେ ପୁରୁଣା ସୁନା ଏବଂ ଅଳଙ୍କାର ବିକ୍ରି ଉପରେ ୩ ପ୍ରତିଶତ ଜିଏସଟି ଲଗାଇବାର ପ୍ରସ୍ତାବ ଉପରେ ସମସ୍ତଙ୍କର ସହମତି ରହିଛି ।
ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ଏହି ମନ୍ତ୍ରୀ ସମୁହରେ କେରଳ, ବିହାର, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି । ଏହି ମନ୍ତ୍ରୀ ସମୁହର ଗଠନ , ସୁନା ଏବଂ ବହୁମୂଲ୍ୟ ରତ୍ନର ପରିବହନ ପାଇଁ ଇ-ବେ ବିଲ ର କ୍ରିୟାନ୍ୱୟନ ସମୀକ୍ଷା ପାଇଁ କରାଯାଇଥିଲା । ଏହି ବୈଠକ ଭିଡିଓ କନଫରେନସିଙ୍ଗ ଜରିଆରେ କରାଯାଇଥିଲା ।
ମନ୍ତ୍ରୀ ସମୁହ ବୈଠକରେ ଆହୁରି ମଧ୍ୟ ନିଷ୍ପତି କରାଯାଇଛି କି, ସୁନା ଗହଣା ଦୋକାନକୁ ପ୍ରତ୍ୟେକ କିଣା ଏବଂ ବିକା ଉପରେ ଇ-ଇନଭଏସ ବା ଇ-ବିଲ ବାହାର କରିବାକୁ ହେବ । ଏହି ନିଷ୍ପତି ଟ୍ୟାକ୍ସ ଚୋରୀ ରୋକିବା ପାଇଁ ନିଆ ଯାଇ ପାରେ ।