ସାନଖେମୁଣ୍ଡି (ଏଟିଆର ବ୍ୟୁରୋ): ଗତ ଶନିବାର ଦିନ ସାରା ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଗାଁ ଠାରୁ ଆରମ୍ଭ କରି ସହର ସବୁଠି ବେଶ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ହେଲେ ଏବେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକରେ କମଳ ପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଜାତୀୟ ପତକାକୁ ଅସମ୍ମାନ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ଆଶା କର୍ମୀଙ୍କ ଦ୍ୱାରା ଜାତୀୟ ପତାକାକୁ ଅସମ୍ମାନ କରାଯିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଏହାସହିତ ଆଶା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି । ସୁଚନାନୁଯାୟୀ, ଶନିବାର ଦିନ ପାଳନ ହୋଇଥିବା ସ୍ୱାଧୀନତା ଦିବସରେ କମଳପୁର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କିନ୍ତୁ ଜାତୀୟ ପତାକା ଓଲଟା ଲାଗିଥିବାରୁ ସ୍ଥାନୀୟ କିଛି ଯୁବକ ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରିଦେଇଥିଲେ । ତେବେ ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଆଶା କର୍ମୀଙ୍କ ସଂପର୍କରେ ଜାଣିବାକୁ ପାଇଥିଲା । ଆଶାକର୍ମୀ ଅଙ୍ଗନବାଡ଼ି ନିକଟରେ ପହଞ୍ଚିବା ପରେ, ଏ ଖବର ନେଇ ସେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଏହାପରେ ଦିଦି ଅଙ୍ଗନବାଡି କେନ୍ଦ୍ରକୁ ଆସି ବାସ ଗେଟରେ ଯେଉଁ ତାଲା ପଡିଥିଲା ତାହାକୁ ପଥରରେ ଭାଙ୍ଗି ଥିଲେ ।
ପରେ ଅଙ୍ଗନବାଡ଼ି ପରିସରରେ ଲାଗିଥିବା ଜାତୀୟ ପତାକାକୁ ଖୁଣ୍ଟ ସହ ଉପାଡ଼ି ଫିଙ୍ଗି ଦେଇଥିଲେ । ରାଗରେ ଜାତୀୟ ପତାକା ଲାଗିଥିବା ଖୁଣ୍ଟକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାର ନିନ୍ଦା କରାଯାଇଛି । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ସବୁ ମହଲରେ ଏହାକୁ ନିନ୍ଦା କରାଯାଇଛି । ଏହାସହିତ ଆଶା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ସମ୍ପୃକ୍ତ ମାମଲା ଉପରେ ଆଶା କର୍ମ ଦିଦିଙ୍କ କୌଣସି ପ୍ରତିକ୍ରିୟା ଆସିପାରିନାହିଁ ।
ଦିଦି କଲେ ଜାତୀୟ ପତାକାର ଅସମ୍ମାନ, ଭିଡିଓ ହେଲା ଭାଇରାଲ
Tags #AtrNews#Odisha