ଅନୁଗୋଳ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକର ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ନିଜର ଆଭିମୁଖ୍ୟ କଠୋର କରୁଛନ୍ତି ।
ଛୋଟ ଦୋକାନୀଠାରୁ ଆରମ୍ଭ କରି ବଡ ଦୋକାନୀ ପର୍ଯ୍ୟନ୍ତ ଯେଉଁମାନେ ବି କୋଭିଡ ଗାଇଡ ଲାଇନ ପାଳନ କରୁନାହାନ୍ତି ସେମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରୁନ୍ତି ।
ଏହି କ୍ରମରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନ ବୁଲି କୋଭିଡ ନିୟମ ପାଳନ କରୁନଥିବା ଦୋକାନୀ ଓ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସୂଚନାନୁଯାୟୀ, କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନରେ ଅନୁଗୋଳ ବଜାରର ୧୦ଟି ଦୋକାନକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଦୋକାନ ଆଗରେ ଲଗାଇଲା କୋଭିଡ ଷ୍ଟିକର ।
କୋଭିଡ ଗାଇଡ ଲାଇନ ଉଲ୍ଲଘଂନ କାରଣରୁ ବହୁ ନାମୀଦାମୀ ଦୋକାନକୁ ବନ୍ଦ କରିଛି ଜିଲ୍ଳା ପ୍ରଶାସନ । ଏହାସହ ଦୋକାନୀମାନଙ୍କର କୋଭିଡ ଟେଷ୍ଟ ହେବା ସହ ବଜାର ସାରା ହେଉଛି ସାନିଟାଇଜ । ଅନୁଗୁଳରୁ ପ୍ରତିଦିନ ଶହେ ଉପରକୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହା ଜିଲ୍ଲା ପ୍ରଶାସନ ଚିନ୍ତା ବଢାଇଛି । ଏ ପର୍ୟ୍ୟନ୍ତ ଜିଲ୍ଲାରେ ୩୨୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥିପାଇଁ ଅନୁଗୋଳ ବସଷ୍ଟାଣ୍ଡଠାରୁ ବଜାର ଛକ ପର୍ୟ୍ୟନ୍ତ ସାନିଟାଇଜ କରାଯାଉଛି । ଆଗକୁ ଏହାକୁ ଆହୁରି ଜୋରଦାର କରିବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିବା ପୁଣିଥରେ ଆରମ୍ଭ ହୋଇଛି । କୋଭିଡ ଗାଇଡ଼, ଲାଇନ ଯେପରି ସୋସିଆଲ ଡିଷ୍ଟାଂସ ମେଣ୍ଟେନ ନ କରିବା, ମାକ୍ସ ନ ପିନ୍ଧିଥିବା ଲୋକଙ୍କ ଠାରୁ ଫାଇନ ସହ କେସ ରୁଜୁ କରୁଛି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024