ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ଗଲେ ପଡିବ ଗଣେଶ ପୂଜା । ଗଜାନନଙ୍କ ପୂଜା କରିବା ପାଇଁ ଅନାଇ ବସିଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଏହି ପୂଜା ପାଳନ କରାଯିବ ନାହିଁ । କାରଣ ଗଞ୍ଜାମ ଜିଲ୍ଲାରେ କାରୋନା ଉଗ୍ର ରୂପ ଧାରଣ କରିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏଭଳି ସମୟରେ ଗଣେଶ ପୂଜା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହିତ ଗଣେଣ ପୂଜାରେ ଲୋକେ ଏକାଠି ହେବା ଦ୍ୱାରା ସଂକ୍ରମଣ ଆହୁରୀ ବଢିପାରେ । ଏହାକୁ ଦୃଷ୍ଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
Ganesh Puja celebrations will be not allowed in keeping view of COVID situations. Pl cooperate & don’t leave home unless there is emergency work. Ur cooperation is important to ensure social distancing & to stop further infection. All shopkeeper has to follow PANCHSUTRA strictly
— Collector & District Magistrate, Ganjam (@Ganjam_Admin) August 18, 2020
ଗଞ୍ଜାମରେ ହୁ ହୁ ହୋଈ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଗଲାଣି । ଏହାସହିତ ଏହି ସଂକ୍ରମଣରେ ୧୫୫ ଜଣଙ୍କର ଜୀବନ ଚାଲିଗଲାଣି ।