ମୟୂରଭଞ୍ଜ (ଏଟିଆର ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳ ସ୍ରୋତ ବଢିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛନ୍ତି । ଯାହାଫଳରେ ଅନେକ ଲୋକ ବାହ୍ୟାଜଗତରୁ ବିଚ୍ଛିନ୍ନ ମଧ୍ୟ ହୋଇଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧିନ କେଉଟୁଣୀମାରି ପଞ୍ଚାୟତର ହାତୀମଡା ମୁସଲିମ ସାହିରେ କିନ୍ତୁ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ ।
ଯେଉଁଠି ଲୋକ ଜଳମଗ୍ନ ହୋଇଛନ୍ତି ସତ କିନ୍ତୁ ଏହା ପ୍ରାକୃତିକ ବନ୍ୟା ପାଇଁ ନୁହେଁ ବରଂ ମଣିଷ କୃତ ଅବହେଳା କାରଣରୁ । ସୂଚନାମୁତାବକ , ଦୀର୍ଘ ୮ବର୍ଷ ହେବ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ତେବେ ଏହି ଡ୍ୟାମ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକା ସଂସ୍ଥା ଡ୍ୟାମ ନିର୍ମାଣ ସମୟରେ ବନ୍ଧରେ ଅତ୍ୟଧିକ ଜଳ ପ୍ରବେଶ ଯୋଗୁ ଜଳ ନିସ୍କାସନ ପାଇଁ ଏକ କୃତ୍ତିମ ନାଳ କଟା ଥିଲା । ହେଲେ ପାଣିର ବେଗ ଅଧିକ ତୀବ୍ର ହେବା ଫଳରେ ହାଥମଡା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ସଂପୂର୍ଣ୍ଣ ରୂପେ ଧୋଇ ହୋଇଯାଇଥିଲା ।
ଯାହାଫଳରେ ସେଠାରେ ବାସ କରୁଥିବା ୧୫୦ରୁ ୨୦୦ ଗ୍ରାମ ବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛନ୍ତି । ଗ୍ରାମବାସୀମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଫଳରେ ନିଜର ଅତ୍ୟାବଶକ୍ୟ ଜିନିଷ ଆଣି ପାରୁ ନାହାନ୍ତି କି କୌଣସି ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିଲେ ଡାକ୍ତରଖାନା ମଧ୍ୟ ଯାଇପାରୁ ନାହାନ୍ତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ବାହ୍ୟ ଜଗତରୁ ବିଛିନ୍ନ ୪୫ ପରିବାର
Tags #AtrNews #Odisha