ମୁମ୍ୱାଇ (ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି ଜୋର ଧରିଥିଲା । ଫଳରେ ସୁପ୍ରିମ କୋର୍ଟ ଏହି ମୃତ୍ୟୁ ମାମଲା ଉପରେ ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ବର୍ତ୍ତମାନ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି । ସିବିଆଇର ୧୬ ଜଣିଆ ଟିମ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଇଡି ଅଫିସର ଜେରା ପରେ ଏବେ ସିବିଆଇ ମଧ୍ୟ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ବୋଲି ସମ୍ବୋଧନ କରୁଥିବା ରିୟା ଚକ୍ରବର୍ତ୍ତିକୁ ମାମଲା ବିଷୟରେ ପ୍ରଶ୍ନ ପଚାରି ପାରନ୍ତି ବୋଲି ଜଣା ପଡିଛି ।
ଏହି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ବୋଲି ସୁଶାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସିବିଆଇ ଟିମ୍ ରିୟାଙ୍କୁ ପଚରା ଉଚୁରା କରିବା ପାଇଁ ଯେକୌଣସି ସମୟରେ ଡକାଇପାରେ ବୋଲି ଜଣାପଡିଛି ଜ୍ଝ ଏହା ସହ ତାଙ୍କ ମୃତ୍ୟୁ ସହ୍ତ ଜଡିତ ଥିବା ଲୋକଙ୍କୁ ମଧ୍ୟ ସିବିଆଇ ଜେରା କରିବେ । ଆଜି ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମାମଲା ସହ ଜଡିତ ସମସ୍ତ ଦଲିଲ ଓ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିଛି । ହସ୍ତାନ୍ତର କରାଯାଇଥିବା ଜିନିଷଗୁଡ଼ିକରେ ୫୬ ଜଣଙ୍କର ରେକର୍ଡ ହୋଇଥିବା ବିବୃତ୍ତି, ଫୋରେନସିକ୍ ରିପୋର୍ଟ, ଘଟଣାର ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ, ସୁଶାନ୍ତଙ୍କ ୩ଟି ମୋବାଇଲ୍, ଲାପଟପ୍, ଫାଶୀରେ ବ୍ୟବହୃତ ସବୁଜ କପଡା, ମୃତ୍ୟୁ ସମୟରେ ସୁଶାନ୍ତଙ୍କ ଦେହରେ ଥିବା ପୋଷାକ, ପୋଲିସ୍ କେସ୍ ଡାଏରୀ, କମ୍ବଳ, ବେଡସିଟ୍, କପ୍, ଜୁସ ପିଇଥିବା ଗ୍ଲାସ, ପ୍ଲେଟ୍, ସିସିଟିଭି ଡିଭିଆର ଏବଂ କ୍ୟାମେରା ରେକର୍ଡିଂ, ମୃତ୍ୟୁ ସମୟରେ ସ୍ପଟ୍ ର ଫୋରେନସିକ୍ ରିପୋର୍ଟ, ଜୁନ୍ ଙ୍କ୧୩ ଓ ୧୪ ତାରିଖରେ ବିଲ୍ଡିଂର ସିସିଟିଭି ଫୁଟେଜ୍ ସାମିଲ ରହିଛି ଜ୍ଝ ସିବିଆଇ ଟିମ ସୁଶାନ୍ତଙ୍କ ଡାଏରୀ ଏବଂ କେସ୍ ଡକ୍ୟୁମେଣ୍ଟକୁ ମଧ୍ୟ ଜବତ କରିଛି ଜ୍ଝ ଏହି ଡାଏରୀଗୁଡିକ ସୁଶାନ୍ତଙ୍କ ବାନ୍ଦ୍ରା ଘର ଏବଂ ଲୋନାଭାଲା ଫାର୍ମହାଉସରୁ ଜବତ କରାଯାଇଛି ଜ୍ଝ
ସିବିଆଇର ଏସଆଇଟି ଟିମ୍ ବାନ୍ଦ୍ରାର ଡିସିପି ଅଭିଷେକ ତ୍ରିମୁକେଙ୍କୁ ଭେଟିଛନ୍ତି। ସିବିଆଇ ତଦନ୍ତର ନିୟମ ଅନୁଯାୟୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଷୟରେ ପ୍ରଥମେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଆଲୋଚନା କରିବାକୁ ପଡିବ । ଏହି ବୈଠକରେ ସମସ୍ତ ସରକାରୀ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରାଯିବ । ଏପର୍ୟ୍ୟନ୍ତ ଫୋରେନସିକ୍ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟ, ମୁମ୍ବାଇ ପୋଲିସ ଦ୍ୱାରା ରେକର୍ଡ ହୋଇଥିବା ତଥ୍ୟ ସିବିଆଇ ତଦନ୍ତ କରୁଥିବା ଟିମକୁ ଦିଆଯାଇଛି । ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଅପେକ୍ଷାରେ ରହିଛନ୍ତି ଏବେ ତାଙ୍କ ଫ୍ୟାନ୍ସ , ଫ୍ୟାମିଲି ଓ ବନ୍ଧୁଜନ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024