ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ରହସ୍ୟ ରହିଥାଏ । ସେହି ରହସ୍ୟକୁ ସେ କାହା ସାମ୍ନାରେ ପ୍ରକାଶ କରିବାକୁ ଚାହିଁ ନଥାନ୍ତି । କିନ୍ତୁ ବେଳେ ବେଳେ କିଛି ବ୍ୟକ୍ତି ସେହି ରହସ୍ୟକୁ କୌଣସି କଥା ଆଳରେ କହି ଦେଇଥାନ୍ତି । ଯାହାଫଳରେ ତାଙ୍କୁ ପର ମୁହୂର୍ତ୍ତରେ କ୍ଷତିର ଶିକାର ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କୁ ନିଜର ଗୁପ୍ତ ରହସ୍ୟ କହିବା ଉଚିତ୍ ନୁହେଁ ।
ମହିଳା: ମହିଳା ମାନଙ୍କ ସ୍ୱଭାବ ଚଞ୍ଚଳ ହୋଇଥାଏ । ଅନେକ ସମୟରେ କିଛି କଥା ସମସ୍ତଙ୍କ ଆଗରେ ମହିଳାମାନେ କହି ଦେଇଥାନ୍ତି । ଯାହା ଫଳରେ ପରିବାରର ମାନ ସମ୍ମାନ ହାନି ହୋଇଥାଏ । ମୁଖ୍ୟତଃ ମହିଳା ମାନଙ୍କ ପେଟରେ କୌଣସି ଗୁପ୍ତ କଥା ରୁହେନାହିଁ । କେବେ ନା କେବେ ସେ ଅନ୍ୟକୁ ସେହି କଥା କହି ଦେଇଥାନ୍ତି ।
ମୁର୍ଖ: ମୁର୍ଖ ସେହିମାନେ ଯିଏ ଭଲ-ମନ୍ଦ, ନିଜ-ପର, ବନ୍ଧୁ-ଶତୃ ମଧ୍ୟରେ ଫରକ ଜାଣି ପାରିନଥାନ୍ତି । ଏହି ବ୍ୟକ୍ତିଙ୍କ ଆଗରେ ଯଦି ଗୁପ୍ତ କଥା କହୁଛନ୍ତି, ତେବେ ସେମାନେ ଅନ୍ୟକୁ ସେହି କଥା କହି ଦେଇଥାନ୍ତି ।
ବାଳକ: କୌଣସି ବାଳକ ସାମ୍ନାରେ ଗୁପ୍ତ କଥା କୁହନ୍ତୁ ନାହିଁ,କାରଣ ସେମାନେ ଜାଣି ନଥାନ୍ତି କାହା ସାମ୍ନାରେ କ’ଣ କୁହାଯିବ । ସେମାନେ କୌଣସି କଥା ଶୁଣିଲା ପରେ ଅନ୍ୟକୁ କହି ଦେଇଥାନ୍ତି । ସେଥିପାଇଁ ବିଲକୁଲ ଏଭଳି ଭୁଲ କରନ୍ତୁ ନାହିଁ ।
ଲୋଭି: ଯେଉଁ ବ୍ୟକ୍ତିଙ୍କର ଧନରେ ଲୋଭ ଥିବ ସେ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଜଣେ କହିଥିବା ଗୁପ୍ତ କଥାକୁ ପ୍ରକାଶ କରି ଦେଇ ଥାନ୍ତି । ସେ ତାଙ୍କର ବନ୍ଧୁ ହୋଇଥାନ୍ତୁ ବା ଶତୃ । ସେଥିପାଇଁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
ଛୋଟ ପ୍ରକୃତିର ପୁରୁଷ: ଯେଉଁ ପୁରୁଷ ଲୁଟ୍, ଚୋରୀ, ଡକାୟତି ଆଦି କାମ କରୁଥାନ୍ତି, ସେମାନଙ୍କୁ କଦାପି ଗୁପ୍ତ ରହସ୍ୟ କୁହନ୍ତୁ ନାହିଁ । କାରଣ ଏମାନେ ନିମ୍ନ ଶ୍ରେଣୀର ହୋଇଥାନ୍ତି । ଏଭଳି ଲୋକ ନିଜ ଫାଇଦା ପାଇଁ କିଛି ବି କରି ପାରନ୍ତି ।