ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ଅସମ୍ଭାଳ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୯୯୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୭୯ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୧୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 22nd August
New Positive Cases: 2993
In quarantine: 1879
Local contacts: 1114(Details of local contacts will be shared by concerned District Administration)
District Wise Cases
1. Angul: 21
2. Balasore: 115
3. Bargarh: 98
4. Bhadrak: 92
5. Balangir: 62— I & PR Department, Odisha (@IPR_Odisha) August 23, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୨୧, ବାଲେଶ୍ୱରର ୧୧୫, ବରଗଡର ୯୮,ଭଦ୍ରକର ୯୨,ବଲାଙ୍ଗିରର ୬୨, ବୌଦ୍ଧର ୯, କଟକର ୧୫୮, ଦେଓଗଡର ୯, ଢେଙ୍କାନାଳର ୬୦,ଗଜପତିର ୪୩, ଗଞ୍ଜାମର ୨୭୧, ଜଗତସିଂହପୁରର ୪୬, ଯାଜପୁରର ୧୨୧, ଝାରସୁଗୁଡାର ୪୩, କଳାହାଣ୍ଡିର ୩୬, କନ୍ଧମାଳର ୫୮, କେନ୍ଦ୍ରାପଡାର ୪୩, କେନ୍ଦୁଝରର ୬୩, ଖୋର୍ଦ୍ଧାର ୬୦୬, କୋରାପୁଟର ୯୫, ମାଲକାନାଗିରିର ୮୫,ମୟୁରଭଞ୍ଜର ୧୨୦, ନବରଙ୍ଗପୁରର ୬୮, ନୟାଗଡର ୧୫୩, ନୂଆପଡାର ୧୧,ପୁରୀର ୧୫୬, ରାୟଗଡାର ୧୩୭, ସମ୍ବଲପୁରର ୧୦୪, ସମ୍ବଲପୁରର ୧୦୪, ସୋନପୁର ୪୦ ଏବଂ ସୁନ୍ଦରଗଡର ୭୦ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୨୯୯୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 120
23. Nawarangpur: 68
24. Nayagarh: 153
25. Nuapada: 11
26. Puri: 156
27. Rayagada: 137
28. Sambalpur: 104
29. Sonepur: 40
30. Sundargarh: 70New Recoveries: 1773
Cumulative Tested: 1302711
Positive: 78530
Recovered: 52276
Active Cases: 25792— I & PR Department, Odisha (@IPR_Odisha) August 23, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦ କୁ ବୃଦ୍ଧି ପାଇଛି । ସେଥିରୁ ୫୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୫୭୯୨ ଜଣ ଚିକିତ୍ସିତ ହେଉଛନ୍ତି ।