ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ଆଦିତ୍ୟ ମୃତ୍ୟୁ ମାମାଲାରେ ଆଜି ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଏହି ଟେଷ୍ଟ ଆରମ୍ଭ ହୋଇଛି । ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏଥିପାଇଁ ସ୍ୱତନ୍ତ୍ର ପ୍ରଶ୍ନ ମଧ୍ୟ ପ୍ରସ୍ତୁତ ହୋଇଛି । ଲାଏ ଡିଟେକ୍ସନ ଟେଷ୍ଟ କରିବା ପାଇଁ ପୂର୍ବରୁ ଫରେନସିକ ଡିପାର୍ଟମେଣ୍ଟକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ।
ଆଦିତ୍ୟ ଦାସଙ୍କ ମୃତ୍ୟୁର ଖୋଳତାଡ ଏବେ କରୁଛି ପୋଲିସ । ମୃତ୍ୟୁ ପୂର୍ବରୁ ଆଦିତ୍ୟ କାହା କାହା ସହିତ କଥା ହୋଇଥିଲେ । ବିଦ୍ୟାଶ୍ରୀ କାହା ସହ କଥା ହୋଇଥିଲେ । କାହା ସହିତ ଆଦିତ୍ୟଙ୍କର ଝଗଡା ହୋଇଥିଲା କି ନାହିଁ ଏସବୁ ବିଭିନ୍ନ ଦିଗକୁ ନେଇ ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ କରିଛି । ସୂଚନାଯୋଗ୍ୟ ସମାଜସେବୀ ଆଦିତ୍ୟ ଦାସଙ୍କର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ୨୦ ଜଣରୁ ଅଧିକ ଲୋକଙ୍କୁ ପଚରା ଉଚରା କରି ସାରିଲାଣି ।