ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୋରେ ଦିନକୁ ଦିନ କରୋନାର ସ୍ଥିତି ବିଗିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାରର ପ୍ରଭାସ ଜାରି ରହିଛି । କେନ୍ଦ୍ର ସରକାର କରୋନା ଆସିବ ପରେ ଦେଶରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଗହଣ କରିଥିଲେ । ଯାହାଫଳରେ କରୋନା ମାହାମାରୀ ଉପରେ ନିଜର ଆୟତ ଆଣିତ ପାରିବେ । ହେଲେ ଏହି କରୋନାକୁ କାବୁ କରିବା ଏତେ ସହଜ ମନେ ହେଉନି । କାରଣ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି କୋରାନାରେ କବଳିତ ହେଉଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା, ଖେଳାଳୀ, ବଡବଡ ଅଧିକାରୀ, ନେତା, ଓ ରାଜନେତା ସଭିଏଁ ଏହି କରୋନାରେ କବଳିତ ହେଉଛନ୍ତି ।
ଏହି ସମୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନାରେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି । ଏନେଇ ସୋସିଆଲ ମିଡିଆରେ ଟ୍ୱିଟ କରି ସେ ନିଜେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା । ସେଥିପାଇଁ ସେ ହୋମ କ୍ଵାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଘରୁ ସବୁ କାମ କରିବେ ବୋଲି କହିଛନ୍ତି । ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ସାବଧାନତା ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନିଜକୁ ହୋମ କ୍ଵାରେଣ୍ଟାଇନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
I wish to inform all that I have been detected COVID19 positive. I am asymptomatic and hence have opted for home isolation. I shall continue to discharge my duties working from home. Those who have come in my close contact are advised to take the necessary precautions.
— Dr. Pramod Sawant (@DrPramodPSawant) September 2, 2020