ସମ୍ବଲପୁର (ଏଟିଆର ବ୍ୟୁରୋ): ଲଘୁଚାପ ଜନିତ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରେ ଜଳ ସ୍ଥର ବଢିବା ଫଳରେ ହୀରାକୁ ଡ୍ୟାମର ଗେଟ ଗୁଡିକୁ ଖୋଲି ଦିଆଯାଇଥିଲା । ତେବେ ଦୁଇ ତିନି ଦିନ ହେବ ଜଳସ୍ଥର କିମବା ଫଳରେ ଧୀରେ ଧୀରେ କରି ଗେଟ ଗୁଡିକ ବନ୍ଦ କରାଯାଉଛି । ପୂର୍ବରୁ କିଛିଟା ଗେଟ ବନ୍ଦ ହୋଇଥିବା ବେଳେ ଆଜି ଆଉ ଦୁଇଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୧୪ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ।
ବର୍ତ୍ତମାନ ଜଳ ଭଣ୍ଡାର ଜଳସ୍ତର ୬୨୪.୨୫ ରହିଛି । ତେବେ ସେକେଣ୍ଡ ପ୍ରତି ୨ ଲକ୍ଷ ୭୮ ହଜାର ୩୫୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୬ଟି ଗେଟ ଯୋଗେ ୩ ଲକ୍ଷ ୨୨ ହଜାର ୫୩୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାର ର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ ।
ହୀରାକୁଦ ଜଳ ଭଣ୍ଡାରରେ ବନ୍ଦ ହେଲା ଆଉ ୨ଟି ଗେଟ
Tags #AtrNews #Odisha