ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବନ୍ଦ ହେବ ପ୍ଲାଷ୍ଟିକ । ପ୍ଲାଷ୍ଟିକ ମୁକ୍ତ ହେବ ଓଡିଶା । ଏଣିକି ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ ରୋକ । ଆଜି ଜଙ୍ଗଲ ଓ ପରିବେଶ ବିଭଗ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ସମ୍ବନ୍ଧୀୟ କିଛି ନିୟମାବଳୀ ପ୍ରକାଶ ପାଇଛି । ଏଥିରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଦ୍ରବ୍ୟ ବିକ୍ରି, ବ୍ୟବସାୟ, ଉତ୍ପାଦନ କିମ୍ବା ଆମଦାନୀ କରିପାରିବେ ନାହିଁ ବା ସଂରକ୍ଷିତ ରଖିପାରିବେ ନାହିଁ ବୋଲି କୁହାଯାଇଛି । ଏପରିକି ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ । ଜଙ୍ଗଲ ଓପରିବେଶ ବିଭାଗ ଆଜି ଏ ନେଇ ଏକ ଡ୍ରାଫ୍ଟ ରିପୋର୍ଟରେ ଏ ସବୁକୁ ବର୍ଣ୍ଣନା କରିଛି । ତେବେ କୌଣସି ବ୍ୟକ୍ତି ଜାଣତରେ ହେଉ ଅବା ଅଜାଣତରେ ପ୍ଲାଷ୍ଟିକ ର ବ୍ୟବହାର ବା ଏଣେତେଣେ ଫିଙ୍ଗି ପାରିବେ ନାହିଁ ବୋଲି କୁହାଯାଇଛି ।
ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ବନ୍ଦ ହେଉଛି ପ୍ଲାଷ୍ଟିକ । ପ୍ରଥମେ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍ନ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ଅକ୍ଟୋବର ୨ରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମତେ ପର୍ୟ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ବୋଲି ଜଣା ପଡିଛି । ତେବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ହୋଇଥିବା ନିୟମାବଳୀରେ କେବଳ ମାଟିରେ ନଷ୍ଟ ହୋଇପାରୁଥିବା ନିମ୍ନମାନର ପ୍ଲାଷ୍ଟିକ ବ୍ୟାଗ ବ୍ୟତୀତ ଅନ୍ୟ ପ୍ରକାର ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବହାର ନକରିବା ପାଇଁ କୁହାଯାଇଛି।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024