କଟକ (ଏଟିଆର ବ୍ୟୁରୋ); ରାତି ଅଧରେ ପାଚେରୀ ଡେଇଁ କଲୋନୀ ଭିତରେ ପଶିଥିଲା । ଚୋର ଭାବି ନିର୍ଦ୍ଧୁମ ଛେଚିଲେ ଲୋକ । କଟକ ଜିଲ୍ଲା ସାଲେପୁର ଚନ୍ଦ୍ରାଦେଇପୁର ଗ୍ରାମରୁ ଆସିଛି ଏଭଳି ଘଟଣା । ମାଡ ଖାଇଥିବା ଯୁବକ ଜଣକ ହେଲା କାଳିଆ । ତା ନାମରେ ଥାନାରେ ଆଗରୁ ଚୋରୀ ମାମଲା ରହିଛି । ତେବେ ତାକୁ ଧରି ମାଡ ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ରବିବାର ରାତିରେ କାଳିଆ ସାଲେପୁର ଅଞ୍ଚଳର ଏକ କଲୋନୀର ପାଚେରୀ ଡେଇଁ ଜଣକ ଘରକୁ ପଶିଯାଇଥିଲେ । ସୌଭାଗ୍ୟ ବଶତଃ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା । ଏବଂ ସେମାନେ କାଳିଆକୁ ଧରି ପକାଇଥିଲେ । ଏହାପରେ ପାଟିକରି ସମସ୍ତଙ୍କୁ ଡକାଇଥିଲେ । ଲୋକ ଗଦା ହେବା ପରେ କାଳିଆକୁ କାବୁ କରି ନେଇଥିଲେ । ତାକୁ ଇଲେକ୍ଟ୍ରି ପୋଲରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ତେବେ ତାକୁ ମାଡ ମାରୁଥିବା ସମୟର ଭିଡିଓକୁ କେହି ଉଠେଇଥିଲା । ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।