ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନର ହୋହାଲ୍ଲା ପରେ ଶେଷରେ ଯୋଗ ସୁଝିଛି । ଫେରସ୍ତ ମିଳିଛି ଚିଟଫଣ୍ଡ ଟଙ୍କା । ବାଲେଶ୍ୱରରୁ ଏହାର ସୁଭାରମ୍ଭ ହୋଇଛି । ଜିଲ୍ଲାର ୧୯୦୬ ଜମାକାରୀଙ୍କୁ ଚିଟଫଣ୍ଡ ଅର୍ଥ ଫେରସ୍ତ କରାଯିବ ।
ପ୍ରାଥମିକ ସ୍ତରରେ ୩୦୫ ଜଣଙ୍କୁ ସେମାନଙ୍କ ଝାଳବୁହା ଧନ ଫେରସ୍ତ କରାଯିବାକୁ ଥିବା ବେଳେ ଇତିମଧ୍ୟରେ ୨୦୦ଜଣଙ୍କୁ ମୋଟ ୧୨ଲକ୍ଷ ୪୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଡିପୋଜିଟ ହୋଇଛି । ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।