ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସିଛି ପାର୍ବଣ । ହେଲେ ଚଳିତବର୍ଷ କରୋନା ମହାମାରୀ ପାଇଁ ଫିକା ପଡିଯାଇଛି ପାର୍ବଣ । ଖାଲି ପରମ୍ପରା ଓ ବିଦ୍ଧିକୁ ରଖିବାକୁ ଯାଇ ଚଳିତବର୍ଷ ପଜାକୁ ପାଳନ କରାଯିବା ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅନ୍ୟପଟେ ଆଜିଠାରୁ ପୀଠରେ ମା’ ଦୁର୍ଗାଙ୍କର ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଚଳିତବର୍ଷ ୪୫ଦିନ ଧରି ଦୁର୍ଗାପୂଜା ପାଳନ କରାଯିବ । ସେପଟେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ପୂଜା ମଧ୍ୟ ଆରମ୍ଭ ହୋଇଯାଇଛି ।
ଏହି ଅବସରରେ ଆଜି ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି । ଏହାପରେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିଛନ୍ତି ଓ ବ୍ରାହ୍ମଣ ମାନଙ୍କୁ ଗୁଆ ନଡ଼ିଆ ଦେଇ ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ବରଣ କରିଛନ୍ତି । ଏହି ବରଣ ରେ ପରମ୍ପରା ଅନୁଯାୟୀ ପୂଜକ, ଜଣେ ପରୀଚ୍ଛା,ଚଣ୍ଡୀପାଠ,ମନ୍ତ୍ରଯାପକ,ସହସ୍ରନାମ ପାଠକ ରହିଛନ୍ତି ।ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବ । ଖାଲି ଶ୍ରୀ କ୍ଷେତ୍ର ରେ ନୁହେଁ ରାଜ୍ୟରେ ଥିବା ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆଜିଠାରୁ ମାଙ୍କର ଆରାଧନା କରାଯିବ ।
ଆଜିଠାରୁ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା
Tags #AtrNews #Odisha