କଟକ (ଏଟିଆର ବ୍ୟୁରୋ): କଟକ ସ୍ଥିତ ଜଗତପୁରୁ ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଛି ନିଆଁ । ନିଆଁକୁ ଆୟତ କଲା ଦମକଳ ବାହୀନି । ସ୍ଥାନାନ୍ତର ହେଲେ କରୋନା ଆକ୍ରାନ୍ତ । ଡାକ୍ତରଖାନାରେ ଭର୍ତ୍ତିଥିବା ସମସ୍ତ ରୋଗୀ ସୁରକ୍ଷିତ । ହସ୍ପିଯାଲର ଆଇସିୟୁରେ ନିଆଁ ଲାଗିଥିବା ନେଇ ସୂଚନା । ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି ।
ଘଟଣାସ୍ଥଳରେ ଜିଲ୍ଲାପାଳ, ଡିସିପି, ଓ ସିଏମସି କମିଶନର ଉପସ୍ଥିତ ରହି ସମସ୍ତ ପରିସ୍ଥିତି ଉପରେ ନଜର ରଖିଛନ୍ତିି । ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କଟକରୁ ୧୦ରୁ ଅଧିକ ଆମ୍ବୁଲାନ୍ସ ଡକାଯାଇ ରୋଗୀଙ୍କୁ ପଠାଯାଉଛି ।
ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଆଇସିୟୁ ଭିତରେ ଅକ୍ସିଜେନ ସିଲିଣ୍ଡର ଫାଟିବା ପରେ ଅଗ୍ନିକାଣ୍ଡ ଘଟିଥିବା କହୁଛନ୍ତି । ଆଇସିୟୁରେ ଥିବା ସମସ୍ତ ରୋଗୀ ଓ ହସ୍ପିଟାଲର କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି ।
କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ସ୍ଥାନାନ୍ତର ହେଲେ କରୋନା ଆକ୍ରାନ୍ତ
Tags #AtrNews #Odisha