ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ତେବେ ତାହାପୂର୍ବରୁ ସର୍ବଦଳୀୟ ବୈଠକ ଡାକାରା କରିଛନ୍ତି ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର । ଆସନ୍ତା ୨୫ତାରିଖରେ ବସିବ ଏହି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବିଧାନସଭାକୁ ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ ।
ଏହାସହ ବୈଠକରେ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କିଭଳି ହେବ ତାହା ଉପରେ ଆଲୋଚନା ହେବ । ଅନ୍ୟପଟେ ପାର୍ଲିଆମେଣ୍ଟ ଭଳି ଏଠାରେ ମଧ୍ୟ ବିଧାୟକଙ୍କ ଆଗରେ ଗ୍ଲାସ ବ୍ୟବହାର କରାଯିବ । ବିଧାୟକଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରି ସିଟିଂ ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।
ଆସନ୍ତା ୨୫ରେ ବସିବ ସର୍ବଦଳୀୟ ବୈଠକ
Tags #AtrNews #Odisha