ସମ୍ବଲପୁର ( ଏଟିଆର ବ୍ୟୁରୋ): ସମ୍ବଲପୁର ବୁର୍ଲାମେଡିକାଲ କଲେଜ ( ଭୀମସାର)ରେ ପୁଣି ଅଗ୍ନିକାଣ୍ଡ ହୋଇଛି । ଗତ କିଛଇ ଦିନ ତଳେ ଭୀମସାରର ପାଥୋଲାବରେ ନିଆଁ ଲାଗିଥିବା ବେଳେ ଏବେ ପୁଣି କାଡିଓଲୋଜି ବିଭାଗ ନିକଟରେ ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ କାଡିଓଲୋଜି ନିକଟରେ ଥିବା ଜେନେରେଟର ପାଖରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ ଜେନେରେଟର କେବୁଲ ତାର ସଂଯୋଗ ହେବା ବେଳେ ନିଆଁ ଲାଗିଛି ।
ତେବେ ଏହାକୁ ନେଇ ୪ ଘଣ୍ଟା କାଳ ମେଡିକାଲକୁ ବିଦ୍ୟୁତ ସଂଯୋଗ ବନ୍ଦ ରହିଥିଲା । ଏନେଇ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୱାରିଙ୍ଗ ପୁରୁଣା ଥିବାରୁ ଲୋଡ ନ ନେଇ ପାରିବାରୁ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁର କାରଣକୁ ନେଇ ବିଦ୍ୟୁତ କର୍ମଚାରୀ ଅନୁସନ୍ଧାନ ଚଳାଇଛନ୍ତି ।
ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ । ନିଆଁକୁ ନେଇ ସମସ୍ତେ ପ୍ରଥମେ ଭୟବୀତ ହୋଇଯାଇଥିଲେ । ମେଡିକାଲରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବ୍ୟାହତ ହେବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।