ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଯଜ୍ଞର ଖୁବ୍ ମହତ୍ୱ ରହିଛି । ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା । ଯାହା ମାଧ୍ୟମରେ ମନୁଷ୍ୟ ଭୌତିକ ସୁଖ ସହିତ ଆଧ୍ୟାତ୍ମିକ ସମ୍ପଦ ବି ପ୍ରାପ୍ତ କରିଥାଏ । ଗ୍ରନ୍ଥ ଏବଂ ମହାକାବ୍ୟରେ ଯଜ୍ଞ ବିଷୟରେ ଉଲ୍ଲେଖ କରାଯାଇଛି ।
ଯଜ୍ଞର ଅର୍ଥ ହେଉଛି ଶୁଭ କର୍ମ, ଶ୍ରେଷ୍ଠ କର୍ମ, ସତକର୍ମ ଓ ବେଦସମ୍ମତ କର୍ମ । ସକରାତ୍ମକ ଭାବରେ ଇଶ୍ôର ପ୍ରକୃତି ତତ୍ୱ ଦ୍ୱାରା କରାଯାଇଥିବା ହୋମ ଦ୍ୱାରା ଜୀବନରେ ପ୍ରତ୍ୟେକ ମନସ୍କାମନା ପୁରଣ ହୋଇଥାଏ । ଶାସ୍ତ୍ରରେ ଯଜ୍ଞକୁ ସର୍ବଶ୍ରେଷ୍ଠ କର୍ମ ବୋଲି କୁହାଯାଏ ।
ଯଜ୍ଞ ସହିତ ହୋମ ର ବି ହିନ୍ଦୁ ସଂସ୍କୃତିରେ ଖୁବ୍ ମହତ୍ୱ ରିହିଛି । ଅଧିକାଂଶ ଲୋକ ହୋମ ଏବଂ ଯଜ୍ଞ ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣି ନଥିବେ । ତେବେ ଆଜି ଆମେ ଆପଣଙ୍କ ହୋମ ଏବଂ ଯଜ୍ଞ ମଧ୍ୟରେ ଥିବା ଅନ୍ତର ବିଷୟରେ ଅବଗତ କରାଇବୁ ।
– ପ୍ରକୃତରେ ଯଜ୍ଞର ଛୋଟିଆ ସ୍ୱରୂପ ହେଉଛି ହୋମ । ପୂଜା ପରେ ଏବଂ ମନ୍ତ୍ର ଜପିବା ପରେ ଅଗ୍ନିରେ ଦିଆଯାଉଥିବା ଆହୁତିକୁ ଯଜ୍ଞ କୁହାଯାଏ ।
– କୌଣସି ବିଶେଷ ଉଦ୍ଦ୍ୟେଶରେ ଯଜ୍ଞ କରାଯାଇଥାଏ । ଯଜ୍ଞରେ ଦେବତା, ଆହୁତି, ବେଦମନ୍ତ୍ର, ଦକ୍ଷୀଣା ବାଧ୍ୟତାମୂଳକ ହୋଇଥାଏ ।
– ସେହିପରି ହୋମରେ ହୋମ କୁଣ୍ଡରେ ଅଗ୍ନି ମାଧ୍ୟମରେ ଦେବତା ମାନଙ୍କ ୁ ଆହୁତି ଦିଆଯାଇଥାଏ ।
– ହିନ୍ଦୁ ଧର୍ମରେ ହୋମ ଶୁଦ୍ଧିକରଣର ଏକ କର୍ମକାଣ୍ଡ । । ଶୁଭକାମନା, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଇତ୍ୟାଦି ପାଇଁ ମଧ୍ୟ ହୋମ କରାଯାଇଥାଏ ।