ବାଲେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀ ର ଜଳସ୍ତର ବଢିବାରେ ଲାଗିଛି । ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥଳ ବଢିବାରେ ଲାଗିଛି ।
ନଦୀର ବିପଦ ସଂଙ୍କେତ ସ୍ତର ୫.୫୦ ଥିବା ବେଳେ ଆଜି ସକାଳୁ ନଦୀର ଜଳସ୍ତର ୫.୮୦ ରହିଛି । ତେବେ ଏହିଭଳି ବର୍ଷା ଯଦି ଲାଗି ରହେ ତେବେ ବସ୍ତା ବ୍ଳକ୍ ର ୧୦ ଟି ପଞ୍ଚାୟତ ମଥାନୀ,ବାହରଦା,ପତ୍ରଝଡା, ରାଉତପଡା , ବ୍ରାହ୍ମଣଦା , ସଦାନନ୍ଦପୁର ଓ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ଶ୍ରୀରାମପୁର ବନ୍ୟା ହେବାର ଆଶଙ୍କା ରହିଛି ।
ବିପଦ ସଂଙ୍କେତ ଉପରେ ପ୍ରଭାବିତ ହେଲା ଜଳକା ଜଳସ୍ତର
Tags #AtrNews #Odisha