ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚଳାଇଛି ସିବିଆଇ । ସୁଶାନ୍ତଙ୍କ ମୃତ୍ୟୁ ହେବାର ତିନି ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରୁନି । ଏହାରି ମଧ୍ୟରେ ଫରେନସିକ ରିପୋର୍ଟରେ ହତ୍ୟାକୁ ଖାରଜ କରାଯାଇଛି ।
ରିପୋର୍ଟରେ କୁହାଯାଇଛି କି, ଯେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସେଥିରେ କୌଣସି ପ୍ରକାରର ଗେମ ନଜର ଆସୁ ନାହିଁ ଏହା ଆତ୍ମହତ୍ୟା ମାମଲା । ସୋମବାର ଏମ୍ସ ମେଡିକାଲ ବୋର୍ଡ ପକ୍ଷରୁ ସିବିଆଇକୁ ଏକ ରିପୋର୍ଟ ହସ୍ତାନ୍ତର କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି କି ଏମ୍ସ ରିପୋର୍ଟ ମିଳିବା ପରେ ଆତ୍ମହତ୍ୟା ଆଙ୍ଗେଲକୁ ଧ୍ୟାନର ରଖି ଏଣିକି ସିବିଆଇ ତଦନ୍ତ କରିବ । କେଉଁ କାରଣରୁ ଆତ୍ମହତ୍ୟା କଲେ ସୁଶାନ୍ତ? ସେଥିପାଇଁ ତାଙ୍କୁ କେହି ଉସକାଇ ନାହାନ୍ତି ତ?