ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଯୁଗରେ ସ୍ମାର୍ଟଫୋନ ହିଁ ସବୁକିଛି । ପ୍ରତ୍ୟେକ କ୍ଷେତ୍ରରେ ଫୋନର ଆବଶ୍ୟକତା ପଡିଥାଏ । ଅଫିସ କାମଠାରୁ ଆରମ୍ଭ କରି ଗ୍ରୋସରୀ ଅର୍ଡର ପର୍ଯ୍ୟନ୍ତ ସବୁଥିରେ ଫୋନ ଦରକାର । କେବଳ ଏତିକି ନୁହେଁ ଫୋନ ଦ୍ୱାରା ଅଧିକ ମନୋରଞ୍ଜନ ମଧ୍ୟ ହୁଅନ୍ତି । କେବେବେଳେ ଫିଲ୍ମ ଦେଖିଥାନ୍ତି ତ ଆଉ କେତେବେଳେ ସିରିଏଲ । କିନ୍ତୁ ଏହାରି ମଧ୍ୟରେ ଫୋନ ଅଫ୍ ହୋଇଗଲେ ବିରକ୍ତି ଲାଗିଥାଏ । ଅନେକ ସମୟରେ ଅଧିକ ସମୟ ଫୋନ ବ୍ୟବହାର କରିବା ପରେ ଚାର୍ଜ କରିବାକୁ ଭୁଲି ଯାଇଥାନ୍ତି । ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ୫ ଟି କଥାକୁ ଧ୍ୟାନରେ ରଖି ଫୋନ ବ୍ୟାଟେରୀକୁ ସେଭ କରି ରଖି ପାରିବେ । ଏହାସହିତ ଆପଣଙ୍କ ଫୋନ ବ୍ୟାଟେରୀ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରିବ ।
– ଯଦି ଆପଣଙ୍କ ଫୋନରେ ଅଧିକ ସମୟ ବ୍ୟାଟେରୀ ଚଲାଇବାକୁ ଚାହୁଁଛନ୍ତି ତେବେ ଲାଇଭ ୱାଲପେପର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଫୋନ ର ଡିସପ୍ଲେ ହାୟର ଫ୍ରିକ୍ୱିନ୍ସି ଦ୍ୱାରା ଅବଡେଟ ହୋଇଥାଏ ଏବଂ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଫୋନରେ ଲାଇଭ ୱାଲପେପର ବନ୍ଦ ରଖିବା ଦ୍ୱାରା ବ୍ୟାଟେରୀ ସେଭ ହୋଇଥାଏ ।
– ଆପଣଙ୍କ ଫୋନରେ ବ୍ରାଇଟନେସ ଅଧିକ ରହିବା ଦ୍ୱାରା ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ବାଇଟ ସ୍କ୍ରିନ ଅଧିକ ବ୍ୟାଟେରୀ କନଜ୍ୟୁ କରିଥାଏ । ସେଥିପାଇଁ ଆପଣ ଫୋନର ବ୍ରାଇଟନେସକୁ କମ କରି ରଖି ପାରିବେ । ଏହାଦ୍ୱାରା ବ୍ୟାଟେରୀ ସେଭ ହୋଇଥାଏ ।
– ସର୍ବଦା ଅନ ଡିସପ୍ଲେକୁ ବନ୍ଦ କରି ରଖନ୍ତୁ । କାରଣ ଅନ୍ ଡିସପ୍ଲେ ରହିବା ଦ୍ୱାରା ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ ।
– ଅନେକ ସମୟରେ ଅନେକ ଆପ୍ ଫୋନରେ ଆକ୍ଟିଭ ରହିଥାଏ । ଯେଉଁଥି ପାଇଁ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ଏଭଳି ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆପଣ ଆପଣଙ୍କ ଫୋନରୁ ଜିପିଏସ ଏବଂ ବ୍ଲୁଟୁଥ କୁ ବନ୍ଦ ରଖନ୍ତୁ । ଏହା ଅନ୍ ରହିବା ଦ୍ୱାରା ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । କେବଳ ଆବଶ୍ୟକ ସ୍ଥଳେ ଏହାକୁ ଅନ କରି ପାରିବେ ।
– ଯଦି ଆପଣଙ୍କ ଫୋନରେ ଅଧିକ ସମୟ ବ୍ୟାଟେରୀ ରଖିବାକୁ ଚାହୁଁଛନ୍ତି ତେବେ ବ୍ୟାକଗ୍ରାଉଣ୍ଡ ଆପ୍ସକୁ ବନ୍ଦ ରଖନ୍ତୁ ।