ପୁରୀ (ଏଟିଆର ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଲୋକାରଣ୍ୟ ହୋଇ ଉଠିଥିଲା ସ୍ୱର୍ଗଦ୍ୱାର । ଏହାସହିତ ତାଙ୍କ ପୁଅ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ଆଖିରେ ଆଖିଏ ଲୁହ ଏବଂ ଛାତିରେ ଛାତିଏ କୋହ । ପରିବେଶ ପୁରା ଶୋକାକୂଳ ହୋଇ ଉଠିଥିଲା । ତାଙ୍କ ପୁଅ ତାଙ୍କର ମୁଖାଗ୍ନି ଦେଇଥିଲେ ।
ଗତକାଲି ବଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପଟାଲରେ ତାଙ୍କ ପରଲୋକ ଘଟିଥିଲା । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନକୁ ନିଆଯାଇଥିଲା । ପୁଣି ବିଧାନସଭା, ତାପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଏବଂ ପିପିଲି ପାର୍ଟି ଅଫିସ ନିଆଯାଇଥିଲା । ସେଠାରୁ ତାଙ୍କୁ ତାଙ୍କ ପେତୃକ ଗାଁକୁ ନିଆଯାଇଥିଲା ।